ଅର୍ଚ୍ଚନା ନାଗ ଆଇନଜୀବୀ ପେଶାରୁ ନିଲମ୍ବିତ 

ଆଇନଜୀବୀ ପରିଷଦ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ପ୍ରକାଶିତ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ବିବେଦୀ ଅର୍ଚ୍ଚନା ନାଗଙ୍କୁ ଆଇନଜୀବୀ ପେଶାରୁ ନିଲମ୍ବନ କରାଯାଇଥିବା ଏବଂ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ନିଆଯାଇଥିବା ନିଷ୍ପତ୍ତି ସମ୍ବଦ୍ଧରେ ସୂଚନା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଗତ ଶୁକ୍ରବାର ଚଢ଼ାଉ କରାଯାଇଥିଲା। ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଟିମ୍ ପକ୍ଷରୁ ନାଗଙ୍କ ଘରେ ଯାଞ୍ଚ ଚାଲିଥିଲା। ମିଳିଥିବା ସୂଚନା ଅନୁସାରେ, ୨୦୨୨ ଅର୍ଥ କାରବାର ମାମଲାର ତଦନ୍ତ ସମୟରେ ଇଡି ପକ୍ଷରୁ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ସେ ଇଡି ନିର୍ଦେଶ ଅବମାନନା କରିଥିଲେ।

ଅଧିକ ପଢନ୍ତୁ

Odisha Darpan Digital