ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ରୁଜୁ ହେବ ମାମଲା।

ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ ଗତ ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ। କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁୟାରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା।ଜନାଧିକାର ସଂଘର୍ଷ ପରିଷଦ ଏପ୍ରିଲ ୨୦୨୪ରେ ୪୨ତମ ଏସିଏମ କୋର୍ଟରେ ଦାଖଲ ହୋଇଥିବା ଏକ ପିଟିସନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଇଡି ଅଧିକାରୀ, ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା, ଭାଜପା ଜାତୀୟ ନେତା, ତତ୍କାଳୀନ ଭାଜପା କର୍ନାଟକ ସଭାପତି ନଳୀନ କୁମାର କେଟେଲ, ବିଜୟେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଉପରେ ବିଚାର କରିବା ପରେ ବେଙ୍ଗାଲୁରୁର ତିଲକ ନଗର ପୋଲିସକୁ ମାମଲା ରୁଜୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ଶୁଣାଣି ବର୍ତମାନ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅଧିକ ପଢନ୍ତୁ

kc ads