ଅଲଗା ହେବ ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ

ରାଜ୍ୟରେ ଥିବା ଯୁକ୍ତ ୨ ଓ ଯୁକ୍ତ ୩ ମହାବିଦ୍ୟାଳୟ ଅଲଗା ହେବ। ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ରାଜ୍ୟର ସମସ୍ତ ଯୁଗ୍ମ ମହାବିଦ୍ୟାଳୟରୁ +୨ ଓ +୩ ଅଲଗା ହେବ। +୩ ଶିକ୍ଷାର ମାନ ବୃଦ୍ଧି ଲାଗି ଏହା ଅତ୍ୟନ୍ତ ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାରରେ ଏହା ନିଷ୍ପତ୍ତି ହୋଇ ଥିଲେ ହେଁ ଏହା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ଆବଶ୍ୟକ ଜାଗା ଓ ଆବଶ୍ୟକ ଭିତ୍ତିଭୂମି ମୋହନ ସରକାର ଯୋଗାଇ ଦେବେ। ମାଲକାନଗିରି ରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏଭଳି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ।

ଆହୁରି ମଧ୍ୟ ମାଲକାନଗିରିରେ ଦୀର୍ଘ ଦିନ ଧରି ବନ୍ଦ ରହିଥିବା କ୍ରୀଡ଼ା ହଷ୍ଟେଲ ଗୁଡ଼ିକ ଖୁବ୍ ଶୀଘ୍ର ଖୋଲା ଯିବ ନେଇ ମଧ୍ୟ ସୂଚନା ଦେଇଛନ୍ତି ମନ୍ତ୍ରୀ। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଗୁରୁବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital