ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଗହୀରମଥା ପୁଣି ଚଳଚଞ୍ଚଳ

ଦୀର୍ଘ ୫୦ ଦିନ ପରେ ପୁଣି ଚଳଚଂଚଳ କଇଁଛଙ୍କ ଏନ୍ତୁଡ଼ିଶାଳ ଗହୀରମଥା । ଲକ୍ଷ ଲକ୍ଷ କଇଁଛମାନେ ଗହୀରମଥାର ଅଗରନାସୀ-୨ରେ ସମୁହ ଅଣ୍ଡାଦାନ ପକ୍ରିୟା ଶେଷ କରିଥିଲେ । ୩ଦିନ ଭିତରେ କୋଟିଏରୁ ଅଧିକ କଇଁଛ ଛୁଆ ଗଭୀର ସମୁଦ୍ରକୁ ଯାଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୫ରୁ ଆରମ୍ଭ ହୋଇଥିବା ସମୂହ ଅଣ୍ଡାଦାନ ପ୍ରକ୍ରିୟାରେ ଗହୀରମଥାର ନାସୀ-୨ରେ ୨ ଲକ୍ଷ ୫୩,୪୨୬ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିବା ବେଳେ ଏକକୂଳା ନାସୀରେ ୨ଲକ୍ଷ ୯୬,୪୩୬ କଇଁଛ ଅଣ୍ଡାଦାନ କରିଥିଲେ। ମଙ୍ଗଳବାର ଓ ବୁଧବାର ଦୁଇ ଦିନରେ ନାସୀ-୨ ରୁ ୮୨ଲକ୍ଷ କଇଁଛ ଶାବକ ସମୁଦ୍ରକୁ ଯାଇଥିଲେ। ଅଣ୍ଡାଗୁଡିକର ଛୁଆ ହେବା ସମୟରେ କୁଆ, ବିଲୁଆ, ଛଂଚାଣ ପ୍ରଭୃତିଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ବନବିଭାଗର କର୍ମଚାରୀମାନେ ସଜାଗ ରହିଛନ୍ତି । ଏହି ପକ୍ରିୟା ଆଉ ଦୁଇ ଚାରିଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ରାଜନଗର ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବ ସୂଚନା ଦେଇଛନ୍ତି । ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ଅଧିକ ସଂଖ୍ୟକ କଇଁଛ ସାବକ ଜନ୍ମ ହେବା ନେଇ ବନବିଭାଗ ଆଶା ରଖିଛି । ୩୧ ବର୍ଷ ପରେ ଏକକୂଳାନାସୀ କଇଁଛମାନେ ଚଳିତ ବର୍ଷ ଗଣ ଅଣ୍ଡାଦାନ କରିଥିଲେ।

ଅଧିକ ପଢନ୍ତୁ

kc ads