ଅଲୌକିକ ଘଟଣା ! କବର ସ୍ଥାନରେ ତଳେ ପଡି ରହିଥିବା ଗଛ ଛିଡ଼ା ହେଲା

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି  ବ୍ଲକ ବସୁପଦା ଗ୍ରାମରେ ଏକ ଅଲୌକିକ ବା ଅବିଶ୍ୱାସନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦୀର୍ଘ ସାତ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ କବର ସ୍ଥାନରେ ତଳେ ପଡି ରହିଥିବା ଏକ ପୁରାତନ କୋଚିଳାଖାଇ ଗଛ ଆଜି ହଠାତ ଛିଡା ହୋଇ ସେଥିରେ ପତ୍ର କଅଁଲି ଥିବା ଲୋକମାନେ ସୂଚନା ଦେଇଛନ୍ତି। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗି ରହିଛି।

କେଉଁ ମୁସଲମାନ ଲୋକ ହାତ ଯୋଡୁଛି ତ କେଉଁ ହିନ୍ଦୁ ଲୋକ ମୁଣ୍ଡିଆ ମାରୁଛି, ଏହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ ପଟେ କେହି କେହି ଭୟଭୀତ ହେଉଥିବା ସହ ଆଉ କିଏ ଏହାକୁ ଭଗବାନଙ୍କ ଅଲୌକିକ ମହିମା ବୋଲି ସାଧାରଣ ରେ ଆଲୋଚନା ହେଉଛି। ଯେହେତୁ କବର ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳିଛି ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ଆସିବାରେ ଲାଗିଛି।

ଅଧିକ ପଢନ୍ତୁ

Odisha Darpan Digital