ଅଳିଆ ଗଦାରୁ ପାଇଥିବା ସୁନା ବ୍ରେସଲେଟ୍‌ ଫେରାଇଦେଲେ ସ୍ୱଚ୍ଛକର୍ମୀ

ରାଜଧାନୀ ଭୁବନେଶ୍ୱରରେ ଏକ ଘଟଣା ଘଟିଛି। ଅଳିଆଗଦାରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ପାଇ ମାଲିକଙ୍କୁ ଫେରାଇଥିବା ସଫେଇ କର୍ମଚାରୀ ସରସ୍ୱତୀ ନାଏକ ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି |ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶଃତ ତାଙ୍କର ୧୮ ଗ୍ରାମର ଏକ ସୁନା ବ୍ରେସଲେଟ୍ ଡଷ୍ଟବିନରେ ପକାଇ ଦେଇଥିଲେ । ତାହା ପର ଦିନ ଘରୁ ବର୍ଜ୍ୟ ସଂଗ୍ରହ କରୁଥିବା ସଫେଇ ଗାଡିକୁ ସେହି ଡଷ୍ଟବିନର ବର୍ଜ୍ୟ ଦେଇଥିଲେ। ଏ ବିଷୟରେ ତାଙ୍କର ବି ମାନେ ହିଁ ନଥିଲା |

ତେବେ ୟୁନିଟ୍-୧ MRFରେ ବର୍ଜ୍ୟ ଅଲଗା ଅଲଗା କରୁଥିବା ବେଳେ ସ୍ୱଚ୍ଛକର୍ମୀ ସରସ୍ୱତୀ ନାଏକ ସେହି ଦାମୀ ବ୍ରେସଲେଟଟି ପାଇଥିଲେ । ବ୍ରେସଲେଟଟି ପାଇବା ପରେ ଏନେଇ ସେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ।ତଥ୍ୟ ପ୍ରମାଣ ପାଇବା ପରେ ସେହି ଦାମୀ ବ୍ରେସଲେଟକୁ ଦୀପିକା ମହାନ୍ତିଙ୍କୁ ଫେରାଇ ଦିଆଯାଇଛି।କିନ୍ତୁ ଏଠି ସେ ଚାହିଁଥିଲେ ଏତେ ମୂଲ୍ୟବାନ ଜିନିଷକୁ ଲୁଚାଇ ପାରିଥାନ୍ତେ କିନ୍ତୁ ସ୍ୱଚ୍ଛକର୍ମୀଙ୍କ ମନ ବି ସ୍ୱଚ୍ଛ। ଅଭାବ ଅନଟନ ଭିତରେ ଚଳୁଥିଲେ ବି ଲୋଭ, ମାୟା ଗ୍ରାସ କରି ପାରୁନି। ଏହିଭଳି ଲୋକ ସର୍ବଦା ପ୍ରଶଂସୀୟ ଅଟନ୍ତି |

ଅଧିକ ପଢନ୍ତୁ

Odisha Darpan Digital