ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ୍ । ଏନେଇ ବିଏମ୍ସି କମିଶନର ଦେଇଛନ୍ତି ନିର୍ଦ୍ଦେଶ । ସେ କହିଛନ୍ତି ଐତିହାସିକ ପରମ୍ପରା ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶ ପାଇଁ ନିର୍ଦେଶ ଦିଆଯାଇଛି । ସବୁ ଯାତ୍ରା କମିଟି ଅବଗତ ରହିଛନ୍ତି । ନିୟମ ଉଲ୍ଲଘଂନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସୂଚନା ଥାଉକି ମଙ୍ଗଳବାରଠୁ ଆରମ୍ଭ ହେବ ଖଣ୍ଡଗିରି କୁମ୍ଭମେଳା । ଏହି ଅବସରରେ ସକାଳୁ ଖଣ୍ଡଗିରି ଉଦୟଗିରି ମେଳା ପ୍ରସ୍ତୁତି ବୁଲି ଦେଖିଛନ୍ତି ବିଏମସି କମିଶନର । ସେ କହିଛନ୍ତି ଖଣ୍ଡଗିରିରେ ବଳବତ୍ତର ରହିବ ପରିମଳ ବ୍ୟବସ୍ଥା । ସ୍ଥାୟୀ ଆଲୋକିକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ ।
ପାଞ୍ଚକୁଣ୍ଡର ଖୁବ ଶୀଘ୍ର ହେବ ପୁନର ଉଦ୍ଧାର । କିଛିଦିନ ପୂର୍ବରୁ ଭଦ୍ରକରେ ଏଭଳି ଏକ ଘଟଣା ଘଟିଥିଲା । ଯାତ୍ରାରେ ଅଶ୍ଲୀଳ ନାଚକୁ ବିରୋଧ ହୋଇଥିଲା । ଯାତ୍ରାରେ ମେଲୋଡି ମଝିରେ ଜୋତା ଫିଙ୍ଗିଥିଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଥିଲା । କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ବେଶ କିଛି ସମୟ ପାଇଁ ବନ୍ଦ ହୋଇଥିଲା ଯାତ୍ରା ଆୟୋଜକ କମିଟି ସଦସ୍ୟ ବହୁ ବୁଝାସୁଝା ପରେ ଯାତ୍ରା ଆୟୋଜିତ ହୋଇଥିଲା ।