ଅଶ୍ଳୀଳ କଣ୍ଟେଣ୍ଟ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ :୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର

୨୫ଟି ଭିଡିଓ ପ୍ଲାଟଫର୍ମକୁ ବ୍ୟାନ କଲେ କେନ୍ଦ୍ର ସରକାର। ଅଶ୍ଳୀଳ କଣ୍ଟେଣ୍ଟ ପାଇଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ULLU, ALTT, Desiflix, Big Shots ଭଳି ଅନେକ ଲୋକପ୍ରିୟ ଷ୍ଟ୍ରିମିଂ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।ଏହାପୂର୍ବରୁ ମଧ୍ୟ ସରକାର ଓଟିଟି ପ୍ଲାଟଫର୍ମକୁ ନେଇ ବଡ଼ ଆକ୍ସନ ନେଇଥିଲେ । ସେ ସମୟରେ ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ୍ କରାଯାଇଥିଲା । ୨୦୨୪ ମସିହା ଡିସେମ୍ବର ମାସରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଏ ସମ୍ପର୍କରେ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛି ।ସରକାରୀ ସୂତ୍ର ଅନୁଯାୟୀ, ଏହି ପ୍ଲାଟଫର୍ମଗୁଡ଼ିକ କର୍ତ୍ତୃପକ୍ଷଙ୍କ ଦ୍ୱାରା ‘ସଫ୍ଟ ପର୍ଣ୍ଣ’ ଭାବରେ ବର୍ଣ୍ଣିତ ବିଷୟବସ୍ତୁ ହୋଷ୍ଟ ଏବଂ ବଣ୍ଟନ କରୁଥିବା ଜଣାପଡ଼ିବା ପରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର IT ନିୟମ ଏବଂ ବିଦ୍ୟମାନ ଅଶ୍ଳୀଳତା ଆଇନକୁ ଉଲ୍ଲଂଘନ କରିଛି।ଏହି ପ୍ରତିବନ୍ଧକର ଲକ୍ଷ୍ୟ ହେଉଛି, ଅଶ୍ଳୀଳ ସାମଗ୍ରୀର ସହଜ ଉପଲବ୍ଧତାକୁ ରୋକିବା, ବିଶେଷକରି ନାବାଳକମାନଙ୍କ ପାଇଁ, ଏବଂ ନିଶ୍ଚିତ କରିବ ଯେ ଡିଜିଟାଲ ବିଷୟବସ୍ତୁ ଶାଳୀନତା ଏବଂ ଆଇନର ସୀମା ମଧ୍ୟରେ ରହିବ।

ଅଧିକ ପଢନ୍ତୁ

Odisha Darpan Digital