‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୫ଟି OTT ପ୍ଲାଟଫର୍ମ ବ୍ୟାନ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ‘ଅଶ୍ଳୀଳ’ ବିଷୟବସ୍ତୁ ପ୍ରସାରଣ କରୁଥିବା ୫ଟି OTT ପ୍ଲାଟଫର୍ମକୁ ବନ୍ଦ କରିଛନ୍ତି। ସାର୍ବଜନୀନ ଶାଳୀନତା, ଜାତୀୟ ସ୍ୱାର୍ଥ ଏବଂ ସାମ୍ବାଦିକ ନୀତିକୁ ସୁରକ୍ଷା ଦେବା ପାଇଁ ସୂଚନା ପ୍ରଯୁକ୍ତି ନିୟମ ୧୦୨୧ ଏବଂ ଅଶ୍ଳୀଳତା ଆଇନକୁ ପ୍ରବର୍ତ୍ତନ କରାଯାଇଥିଲା। ଏହି ପଦକ୍ଷେପ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ ର ଧାରା ୬୯କ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ସହିତ ସମାନ।
ଏହି ନିୟମ ଅନୁଯାୟୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ OTT ପ୍ଲାଟଫର୍ମ MoodXVIP, Koyal Playpro, Digi Movieplex, Feel, Jugnu କୁ ବନ୍ଦ କରିଛନ୍ତି।ଗତ ବର୍ଷ ଜୁଲାଇ ମାସରେ ମଧ୍ୟ ଅଶ୍ଳୀଳ ଏବଂ ‘ପର୍ଣ୍ଣୋଗ୍ରାଫିକ୍’ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ କେନ୍ଦ୍ର ସରକାର ଏକାଧିକ ଆପ୍ ଏବଂ ୱେବସାଇଟ୍ ବ୍ୟାନ କରିଥିଲେ।ଗତବର୍ଷ ବି କେନ୍ଦ୍ର ସରକାର ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୨୫ଟି ଓଟିଟି ପ୍ଲାଟଫର୍ମର ୱେବସାଇଟ ଓ ଆପ୍ସ ଉପରେ ବ୍ୟାନ କରିଥିଲେ ସରକାର ।
