ସୂଚନା ଅନୁଯାୟୀ, ବ୍ରହ୍ମପୁର ରମ୍ପା ସାହିରେ ଘର ଭଡାରେ ରହୁଥିବା ବେଳେ ମିତ୍ରା ସାହିରେ କ୍ଲିନିକ ଚଳାଉଥିଲେ ଡ. ଉତ୍ପଲ ବାଲା। ଅଷ୍ଟମ ଶ୍ରେଣୀ ଫେଲ ଥିବା ଉତ୍ପଳା ୪ ବର୍ଷ ପୂର୍ବେ ବିଶାଖାପାଟଣାର ଏକ ହୋଟେଲରେ ହୋଟେଲ ବୟ ଏବଂ ଖାଦ୍ୟ ପରଷିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ୨୦୧୯ ମସିହାରେ ବ୍ରହ୍ମପୁରକୁ ଆସି ରମ୍ପା ସାହିରେ ଘର ଭଡା ନେଇ ରହୁଛନ୍ତି। କ୍ରିଷ୍ଣା ପାଇଲସ କ୍ଲିନିକ, ସେକସୁଆଲ ହେଲଥ କ୍ଲିନିକ, ଗୁପ୍ତ ରୋଗ ଚିକିତ୍ସାଳୟ ବିଭିନ୍ନ ନାମରେ କ୍ଲିନିକ ବୋର୍ଡ ଲଗାଇ ଲୋକଙ୍କୁ ଚିକିତ୍ସା କରି ଠକୁଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ଡା. ବି. ଉତ୍ପଳା, ବି. ଏ. ଏମ. ଏସ ଲେଖା ଥିବା ସାଇନିଂ ବୋର୍ଡ ଲଗାଇ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିଲେ।ପୁଲିସ ପଚରାଉଚରା କରିବା ପରେ ଜଣାପଡ଼ିଥିଲା ଯେ ସେ ମାତ୍ର ସପ୍ତମ ପର୍ଯ୍ୟନ୍ତ ପଢ଼ିଛନ୍ତି। ଲୋକଙ୍କୁ ନକଲି ବିଏଏମଏସ ସାର୍ଟିଫିକେଟ୍ ଦେଖାଇ ନିଜକୁ ଆୟୁର୍ବେଦିକ ଡାକ୍ତର କହି ସେ ଚିକିତ୍ସା କରୁଥିଲେ।ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି |