ଭିସୁଟର ୨ ପ୍ରଫେସର ନିଲମ୍ବିତ। ସେମାନଙ୍କ ନାଁରେ ଥିଲା ଅସଦାଚରଣ ଓ ନିର୍ଯାତନା ଅଭିଯୋଗ। ଆଭ୍ୟନ୍ତରୀଣ କମିଟିର ତଦନ୍ତ ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜଣେ ପିଏଚଡି ଛାତ୍ରୀ ଓ ଜଣେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା ଉଭୟ ନିମ୍ବିତ ହୋଇଛନ୍ତି। ପୀଡ଼ିତା ଚାରି ମାସ ପୂର୍ବେ ଅଧ୍ୟାପକ ଜେନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଭିସୁଟ୍ ଆଇସିସି ଏହାର ତଦନ୍ତ କରିଥିଲେ ।
ଆଇସିସିର ଏକ ବୈଠକରେ କିଛିଦିନ ତଳେ ଏହାର ରିପୋର୍ଟ ଉପସ୍ଥାପନ କରାଯାଇଥିଲା । ସମ୍ପୃକ୍ତ ଛାତ୍ରୀ ଗତ ଏପ୍ରିଲ ମାସରେ ଅଧ୍ୟାପକ ଜେନାଙ୍କ ବିରୋଧରେ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ । ସେହିପରି ଅନ୍ୟ ଜଣେ ପ୍ରଫେସର ଦେବବ୍ରତ ଭୁପାଳ ଜଣେ ମହିଳା କର୍ମଚାରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବାରୁ ତାଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି।