ଅସଲି ପୋଲିସ ହାତରେ ନକଲି ପୋଲିସ । ପୋଲିସ ୟୁନିଫର୍ମ ପିନ୍ଧି , ନକଲି ପରିଚୟପତ୍ର ଦେଖାଇ ଗ୍ରାମବାସୀଙ୍କ ଠାରୁ ଲୁଟୁଥିଲା ଟଙ୍କା । ହେଲେ ସନ୍ଦେହ କରି ଜଣକୁ କାବୁ କଲେ ଗ୍ରାମବାସୀ। ୪ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ଗ୍ରାମବାସୀ କାବୁ କରିଥିବା ଲୁଟେରା ଜଣକୁ ବୌଦ୍ଧ ପୁଲିସ ଗିରଫ କରିଛି।ଗିରଫ ଅଭିଯୁକ୍ତ ଜଣକ ବୌଦ୍ଧ ଥାନା ନକୁଆନାଳୀ ଗ୍ରାମର ଶରତ ବେହେରା ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତ ନିକଟରୁ ନକଲି ୟୁନିଫର୍ମ, ନକଲି ପରିଚୟ ପତ୍ର, ବେଲ୍ଟ ଓ ଏକ ମୋବାଇଲ ଫୋନ ଜବତ କରିଛି। ତେବେ ଫେରାର ୪ ଜଣକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି |