ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର

ନୟାଗଡ଼,(ଓଡ଼ିଶା ଦର୍ପଣ): ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ, ଅଞ୍ଜଳି ମଚ୍ଛଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ପାର୍ଶ୍ଵରୁ ଅସହାୟ ଅବସ୍ଥାରେ ନୂଆଗାଁ ବ୍ଲକର ୧୭ବର୍ଷର ନାବାଳିକାଙ୍କୁ ଉଦ୍ଧାର କରି ଘଡୁଆଳରେ ଅବସ୍ଥିତ ‘ତପସ୍ୟା’ ଶିଶୁଗୃହରେ ଥଇଥାନ କରିଛନ୍ତି। ପ୍ରକାଶ ଥାଉ କି କୈାଣସି ସୂତ୍ରରୁ ସଚିବ, ମଚ୍ଛଖଣ୍ଡ  ଅସହାୟ ଅବସ୍ଥାରେ ଗୋଟିଏ ୧୭ ବର୍ଷର ଝିଅ ବାପାଙ୍କର ନିର୍ଯ୍ୟାତନା  ସହି ନପାରି ଘର ଛାଡ଼ି ଇତସ୍ତତଃ ଭାବରେ ମେଡିକାଲ ପାର୍ଶ୍ବ ରେ ବୁଲୁଛି,ଏ ଖବର ପାଇଲା ମାତ୍ରେ ସଚିବ, ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଦାୟିତ୍ଵ ଦେଇଥିଲେ।ଏ‌ହାପରେ ଥଇଥାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଚିବଙ୍କ ନିର୍ଦ୍ଦେଶ ପାଇ ଆଇନସେବା ପ୍ରାଧିକରଣ କର୍ମଚାରୀ ଗଦାଧର  ବିଶ୍ଵାଳ ଏବଂ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଦ୍ଵୟ ସେ ନାବାଳିକାକୁ ମୂଖ୍ୟ ଚିକିତ୍ସାଳୟର ବହିଃ ବିଭାଗରେ କାର୍ଯ୍ୟରତ ଡ଼ା ମୋନାଲିସା ସ୍ବାଇଁ ଙ୍କୁ ଦେଖାଇ ପ୍ରାରମ୍ଭିକ ଚିକିତ୍ସା କରି ଜିଲ୍ଲା ଶିଶୁ ମଙ୍ଗଳ ସହ ଯୋଗାଯୋଗ କରି ଘଡୁଆଳରେ ଅବସ୍ଥିତ ‘ତପସ୍ୟା’ ଶିଶୁ ଗୃହର କର୍ମଚାରୀ ଅଜୟ ବେହେରା ଏବଂ ସୁନିତା ସ୍ବାଇଁଙ୍କ ସହଯୋଗରେ ଥଇଥାନ କରିବାରେ ସଫଳ ହୋଇଥିଲେ। ଅଧିକାର ମିତ୍ର ଓ ସଚିବଙ୍କ ତ୍ୱରିତ ପଦକ୍ଷେପ ପାଇଁ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଅଧିକ ପଢନ୍ତୁ

kc ads