
ନୟାଗଡ଼, (ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଚଖଣ୍ଡଙ୍କ ନିର୍ଦ୍ଦେଶରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଚିକିତ୍ସା ସୁବିଧା ପାଇବାପାଇଁ ଅସହାୟ ଅବସ୍ଥାରେ ମହିଳା ଜଣକ ପଡି ପେଟ ରେ ଯନ୍ତ୍ରଣା ଅନୁଭବ କରୁଥିବା ସମୟରେ ଉଦ୍ଧାର କରି ନୟାଗଡ଼ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି। ପ୍ରକାଶ ଥାଉ କି, ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ଗଡିଆ ସାହି ଗାଁ ପ୍ରଦିପ ନାୟକ ଙ୍କ ସ୍ତ୍ରୀ ପେଟ ରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ନୟାଗଡ଼ ମୂଖ୍ୟ ଚିକିତ୍ସାଳୟ କୁ ଆଣି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଙ୍କ ପାଖରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସିତ ୫ଦିନ ହେବା ପରେ ଡ଼ାକ୍ତର ତାଙ୍କ ପିତକୋଷ ରେ ଷ୍ଟୋନ ହୋଇଚି କହି ଡିସଚାର୍ଯ କରି ଦେଲେ।ତାପରେ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାପାଳ ମହୋଦୟ ସହୃଦୟତାର ଵିଚାର କରି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ ନିକଟ କୁ ପଠେଈଥିଲେ। ଚିକିତ୍ସାଧିକାରୀ ଭୁବନେଶ୍ୱର ଯାଇ ଚିକିତ୍ସା କରାଇବାକୁ ମହିଳାଙ୍କ ସ୍ବାମୀଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ପ୍ରଦିପଙ୍କ ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ପୂନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସିଥିଲେ, ସେତେବେଳେ ଜିଲ୍ଲାପାଳ ନଥିଲେ କିନ୍ତୁ ପେଟ ଯନ୍ତ୍ରଣାରେ ମହିଳା ଜଣକ ପଡି ଛଟ ପଟ ହେଉଥିବା ସମୟରେ କେହି ଗୁରୁତ୍ବ ଦେଇ ନଥିଲେ। କୈାଣସି ସୂତ୍ରରୁ ସୂଚନା ପାଇଁ ସଚିବ, ଅଞ୍ଜଳି ମଚ୍ଚଖଣ୍ଡ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଏହାର ସତ୍ୟତା ଜାଣିବାକୁ ଏବଂ ଥ ଇଥାନ କରିବାକୁ ଦାୟିତ୍ୱ ଦେଇଥିଲେ। ଏହା ପରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତକରି ପ୍ରଦିପ ନାୟକ ଙ୍କ ସ୍ତ୍ରୀ ଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ମହାଶୟା,ସମସ୍ତ କଥାକୁ ହୃଦୟଙ୍ଗମ କରି ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଯୋଗାଯୋଗ କରି ପୁନଃ ଚିକିତ୍ସାଳୟ ରେ ରଖିବା ପାଇଁଁ ଏବଂ ରେଡ୍ କ୍ରସରୁ ଅର୍ଥ ମଞ୍ଜୁର କରିବା ପାଇଁ ଆଶ୍ଵସନା ଦେଇଥିଲେ। ଅଧିକାର ମିତ୍ର ଯନ୍ତ୍ରଣାରେ ଛଟପଟ ମହିଳାଙ୍କୁ ଧରି ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ବିଭାଗରେ ଆଡ଼ମିଶନ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଏବଂ ଅଧିକାର ମିତ୍ର ଙ୍କ ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି।