ଅସୁସ୍ଥ ହେଲେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ

ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ପୁଣି ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି । ଫଳରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ । ବୟସାଧିକ କାରଣରୁ ବିଶ୍ବଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି ।ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଅସୁସ୍ଥତା ସମ୍ପର୍କରେ ଆଇନ ମନ୍ତ୍ରୀ ତଥା ପୁଅ ପୃଥ୍ବୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି।ସୂଚନାଯୋଗ୍ୟ ଯେ, ୧୯୩୪ ମସିହା ଅଗଷ୍ଟ ୩ ତାରିଖରେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମ । ୧୯୭୧ ମସିହାରେ ଭାରତୀୟ ଜନସଂଘର ଜଣେ କର୍ମକର୍ତ୍ତା ଭାବେ ଯୋଗଦେଇଥିଲେ ।

ଏହାପରେ ୧୯୭୭ ମସିହାରେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ । ଏମିତିକି ଦେଶରେ ଜରୁରୀକାଳୀନ ପରିସ୍ଥିତି ସମୟରେ ଗୃହବନ୍ଦୀ ହୋଇଥିଲେ । ୧୯୭୭ରେ ମଧ୍ୟ ଜନତା ପାର୍ଟିର ଟିକେଟରେ ଚିଲିକା ବିଧାନସଭା ନିର୍ବାଚନ ଲଢିଥିଲେ, ଆଉ ବିଜୟୀ ବି ହୋଇଥିଲେ ।୨୦୧୯ରେ ଆନ୍ଧ୍ରପ୍ରଦେଶରେ ୨୩ ତମ ରାଜ୍ୟପାଳ ଭାବେ ଶପଥ ନେଇଥିଲେ । ଏହାପରେ ୨୦୨୩ରେ ଛତିଶଗଡ଼ର ୭ମ ରାଜ୍ୟପାଳ ଭାବେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ଅଧିକ ପଢନ୍ତୁ