ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଆମ ଦେଶର ସୈନ୍ୟ ଏବଂ ଯୁଦ୍ଧଜାହାଜ ଇରାନରେ ରହିବେ । ସେ ସ୍ପଷ୍ଟ କରିଛନ୍ତି, ଯଦି ଆଲୋଚନାର ଫଳାଫଳ ଆମ ଆଶା ପୂରଣ ନ କରେ, ତେବେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇପାରେ । ଇରାନରେ ସୈନ୍ୟ ରଖିବାର ଏହି ଘୋଷଣା ଟ୍ରମ୍ପ ଇରାନରେ ଅସ୍ତ୍ରବିରତି ଘୋଷଣା କରିବାର ୨୪ ଘଣ୍ଟା ପରେ ଆସିଛି । ଅନ୍ୟପଟେ ବୁଧବାର ଦିନ ଟ୍ରମ୍ପ କହିଥିଲେ ଯେ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ସାହାଯ୍ୟ କରୁଥିବା ଯେକୌଣସି ଦେଶ ଉପରେ ସେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରୁଛନ୍ତି।ଏଥିରେ କାହାକୁ କୌଣସି ଛାଡ଼ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଇରାନ ସହିତ ଯୁଦ୍ଧବିରତି ପରେ ଆମେରିକା ରାଷ୍ଟ୍ରପତି ଏକ ସୋସିଆଲ ମିଡିଆ ପୋଷ୍ଟରେଏହି ବିବୃତ୍ତି ଦେଇଛନ୍ତି।ଟ୍ରମ୍ପ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଏବେ ଶୁଳ୍କ ହ୍ରାସ ଉପରେ ଆଲୋଚନା ଆରମ୍ଭ ହେବ। ସେ ଅଧିକ ବିବରଣୀ ପ୍ରଦାନ କରିନଥିଲେ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ଇରାନ ସହିତ ଆଲୋଚନା ଜାରି ରଖିବେ।ଟ୍ରମ୍ପ ନିର୍ଦ୍ଦିଷ୍ଟ ଭାବରେ ହର୍ମୁଜ୍ ପ୍ରଣାଳୀ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବନ୍ଦ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଫଳରେ ଇରାନରେ ପରିସ୍ଥିତି ପୁଣି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି କରିଛି ।
