ଅସ୍ତ୍ରୋପଚାର ବେଳେ କଟିଗଲା ମହିଳାଙ୍କ ମଳନଳୀ

କଟକର ଏକ ବେସରକାରୀ ହସ୍ପିଟାଲ ବିରୋଧରେ ସଙ୍ଗୀନ ଅଭିଯୋଗ।ଡାକ୍ତର ପେଟ ଅସ୍ତ୍ରୋପଚାର କରୁ କରୁ ମଳନଳୀ କାଟି ଦେଇଥିବା ନେଇ ଥାନାରେ ଅଭିଯୋଗ । ରାଣୀହାଟ ସ୍ଥିତ ଏକ ଘରୋଇ ନର୍ସିଂହୋମ ଓ ହସପିଟାଲରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ସୂଚନାମୁତାବକ ଗତ ମେ ୨ ତାରିଖରେ ଅସୁସ୍ଥତା କାରଣରୁ କଟକର ରାଣୀହାଟରେ ଥିବା ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ ମାହାଙ୍ଗା ଅଞ୍ଚଳର ଜଣେ ମହିଳା। ତେବେ ସମସ୍ତ ପରୀକ୍ଷା ନିରୀକ୍ଷା ସହ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରଙ୍କ ପରାମର୍ଶ ପରେ ଅସ୍ତ୍ରୋପଚାର କରାଯାଇଥିଲା।

କିନ୍ତୁ ଅପରଏସନର ଅଳ୍ପ ଦିନ ମଧ୍ୟରେ ପେଟ ଫୁଲିବାକୁ ଲାଗିଥିଲା। ଏପରିକି ଅକଥନୀୟ କଷ୍ଟ ଭୋଗିଥିଲେ ମହିଳା।କିନ୍ତୁ ସ୍ଥିତିରେ ସୁଧାର ନ ଆସିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପରେ ଜଣା ପଡିଥିଲା ଯେ, ଅସ୍ତ୍ରୋପଚାର ସମୟରେ ଉକ୍ତ ମହିଳାଙ୍କ ମଳନଳି କଟି ଯାଇଛି। ଯାହାଦ୍ୱାରା ପେଟରେ ସଂକ୍ରମଣ ହେଉଥିବା ହେତୁ ଏଭଳି ଶାରୀରିକ ସମସ୍ୟା ଉପୁଜିଛି। ଏହାପରେ କଟକର ଏହି ଘରୋଇ ହସ୍ପିଟାଲର ବଡ଼ ତ୍ରୁଟି ଜାଣିବା କ୍ଷଣି ଗତ ୪ ତାରିଖରେ ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ପରିବାର ଲୋକ। କମିଶନରେଟ ପୋଲିସ ଏନେଇ ମାମଲା ରୁଜୁ କରିବା ପରେ ତ୍ୱରିତ ତଦନ୍ତ ଆରମ୍ଭ କରିଛି ।

ଅଧିକ ପଢନ୍ତୁ

kc ads