୧୪୮ତମ ଜଗନ୍ନାଥ ରଥଯାତ୍ରା ଅହମଦାବାଦରେ ଚାଲିଛି। ଏହି ଯାତ୍ରା ସମୟରେ ହାତୀ ନିୟନ୍ତ୍ରଣ ହରାଇ ବସିଥିଲା। ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲା ଏବଂ ଆଖପାଖ ଲୋକଙ୍କ ମଧ୍ୟରେ ଦଳାଚକଟା ସୃଷ୍ଟି ହୋଇଥିଲା। ବହୁ ଚେଷ୍ଟା ପରେ ଶେଷରେ ମାହୁନ୍ତମାନେ ହାତୀଟିକୁ ନିୟନ୍ତ୍ରଣକୁ ଆଣିଥିଲେ।ହାତୀ ବେକାବୁ ହେବାର ଭିଡିଓ ମଧ୍ୟ ଭାଇରଲ ହୋଇଛି । ଡିଜେର ବିକଟାଳ ସାଉଣ୍ଡରେ ହାତୀ ରାଗି ଯାଇଥିଲା ଆଉ ଦୌଡିବାକୁ ଲାଗିଥିଲା । ଗୋଟିଏ ହାତୀକୁ ଦେଖି ରଥଯାତ୍ରାକୁ ଆସିଥିବା ଅନ୍ୟ ହାତୀ ମଧ୍ୟ ବେକାବୁ ହୋଇଯାଇଥିଲେ । କୁହାଯାଉଛି କି, ରଥଯାତ୍ରାରେ ୫-୬ ହାତୀ ବେକାବୁ ହୋଇଯାଇଥିଲେ । ୩ଟି ହାତୀ ରଥଯାତ୍ରା ରୁଟରେ ଦୌଡିଥିଲେ । ହାତୀକୁ ଦୌଡିବା ଦେଖି ଭୟଭୀତ ହୋଇ ଭକ୍ତମାନେ ମଧ୍ୟ ଦୌଡିଥିଲେ ।ଏହି ଦଳାଚକଟାରେ ତିନିରୁ ଚାରି ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଗଣମାଧ୍ୟମ ପ୍ରତିନିଧି। ତଥାପି, ସୌଭାଗ୍ୟବଶତଃ କାହାକୁ ଗୁରୁତର ଆଘାତ ଲାଗିନାହିଁ। ଏହି ଲୋକମାନେ ହାତୀ ପାଖରେ ଠିଆ ହୋଇଥିଲେ ଏବଂ ଦଳାଚକଟାରେ ପଡ଼ିଯାଇଥିଲେ। ଭଲ ଖବର ହେଉଛି ଯେ ହାତୀ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ଲୋକମାନେ ସେମାନଙ୍କୁ ରକ୍ଷା କରିଥିଲେ।
