ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟେକ୍ ଅଫ୍ ସମୟରେ ବିମାନ କ୍ରାସ୍ ହୋଇଥିବା କୁହାଯାଉଛି ।ବିମାନ ଦୁର୍ଘଟଣା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।ତେବେ ଏହି ବିମାନରେ ୨୪୨ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଆଜି ଅପରାହ୍ନ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା, ଯାହାର ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସୁଛି । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ପ୍ଲେନ୍ କ୍ରାସ୍ କରିବା ପରେ ପରିବେଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନି । ଏହି ବିମାନ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ନେଇ ସୂଚନା ମିଳିଛି ।
