ଆଇପିଏଲ୍ ୨୦୨୫ରେ ପ୍ଲେଅଫ୍ ପାଇଁ ନୂଆ ଭେନ୍ୟୁ ଘୋଷଣା କରିଛି ବିସିସିଆଇ । ଏହାସହ ଫାଇନାଲ୍ ଖେଳାଯିବାକୁ ଥିବା ଷ୍ଟାଡିୟମ ମଧ୍ୟ ପରିବର୍ତ୍ତନ କରିଛି ।ଜୁନ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଡି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ବିସିସିଆଇର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାସହ ଜୁନ ୧ ତାରିଖରେ କ୍ବାଲିଫାୟର-୨ ମ୍ୟାଚ ବି ଅହମ୍ମଦାବାଦରେ ହେବା ନେଇ ଶୁଣାଯାଉଛି ।ପ୍ଲେ ଅଫର ପ୍ରଥମ ଦୁଇଟି ମ୍ୟାଚ୍ କ୍ବାଲିଫାୟର-୧ ଓ ଏଲିମିନେଟର ୨୯ ଓ ୩୦ ତାରିଖରେ ମୁଲ୍ଲାମ୍ପୁର ନ୍ୟୁ ଚଣ୍ଡିଗଡ଼ରେ ଖେଳାଯାଇ ପାରେ । ମୌସୁମୀ ସ୍ଥିତିକୁ ଦେଖି ବିସିସିଆଇ ଏପରି ନିଷ୍ପତ୍ତି ନେଇଛି ।
