ଅହମ୍ମଦାବାଦ ଭଳି ସାଇନ୍ସ ସିଟି ଭୁବନେଶ୍ବରରେ ହେବ

ଓଡ଼ିଶା ସରକାର ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ସିଟି ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ବୈଜ୍ଞାନିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ବ୍ୟାପକ ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବା। ମନ୍ତ୍ରୀ କହିଛନ୍ତି, ଭୁବନେଶ୍ବରରେ ସାଇନ୍ସ ସିଟି ହେବା ନେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି । ସେଥି ଲାଗି ନିକଟରେ ଅହମ୍ମଦାବାଦରେ ଥିବା ସାଇନ୍ସ ସିଟି ଦେଖିବାକୁ ମୁଁ ଯାଇଥିଲି । ସେଭଳି ସାଇନ୍ସ ସିଟି ଓଡ଼ିଶାରେ ପ୍ରତିଷ୍ଠା ହେବ । ସବୁ ଜିଲ୍ଲାରେ ସାଇନ୍ସ ପାର୍କ ହେବ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ।ରାଜ୍ୟର ଅଭିବୃଦ୍ଧି ପାଇଁ ବୈଜ୍ଞାନିକ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ପଦକ୍ଷେପ ଆମର ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟ ହାସଲ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସେ କହିଛନ୍ତି ଯେ, ଅହମ୍ମଦାବାଦରେ ନିଯୁକ୍ତ ଅନେକ ଓଡ଼ିଆ ଅଧିକାରୀ ଏହି ପ୍ରକଳ୍ପକୁ ସମର୍ଥନ କରି ଏବଂ ପ୍ରସ୍ତାବିତ ସୁବିଧା ପାଇଁ ଜ୍ଞାନ ବଣ୍ଟନରେ ସହଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital