ବନ୍ଦେ ଭାରତ ଏକ୍ସପ୍ରେସରେ ଖରାପ ଖାଦ୍ୟ ପରଷିବା ପଡ଼ିଲା ମହଙ୍ଗା । IRCTC ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । ମନ୍ତ୍ରଣାଳୟ ଆଇଆର୍ସିଟିସି ଉପରେ ୧୦ ଲକ୍ଷ ଏବଂ କ୍ୟାଟରିଂ କମ୍ପାନି ଉପରେ ୫୦ ଲକ୍ଷ ଜରିମାନା ଲଗାଇଛି। ପାଟନାରୁ ଟାଟାନଗର ଯାଉଥିବା ଜଣେ ଯାତ୍ରୀ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଭିଡିଓରେ ରାତ୍ରୀ ଭୋଜନ ସହିତ ଖାଇବାକୁ ଦିଆଯାଉଥିବା ଦହିରେ ପୋକ ଥିବା ଦେଖିବାକୁ ମିଳିଥିଲା। ଯାତ୍ରୀ ଜଣକ ଏହା ମଧ୍ୟ ଦାବି କରିଥିଲେ ଯେ, ଅନ୍ୟ ଯାତ୍ରୀମାନଙ୍କୁ ଦିଆଯାଇଥିବା ଦହିରେ ମଧ୍ୟ ପୋକ ମିଳିଛି। ଯାତ୍ରୀଙ୍କୁ ଦିଆଯାଇଥିବା ଅମୂଲ ଦହିରେ ପୋକ ଭାସୂଥିବାର ଦେଖିବାକୁ ମିଳିଥିଲା। ଯାତ୍ରୀ ରିତେଶ କୁମାରଙ୍କ ଅଭିଯୋଗ ଆଧାରରେ, ରେଳ ମନ୍ତ୍ରଣାଳୟ କଡ଼ା ପଦକ୍ଷେପ ଗ୍ରହଣ କରିଛି।ରେଳ ମନ୍ତ୍ରଣାଳୟ କହିଛି, “୧୫ ମାର୍ଚ୍ଚ, ୨୦୨୬ରେ ଟ୍ରେନ ନମ୍ବର ୨୧୮୯୬ (ପାଟନା-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ) ରେ ମିଳିଥିବା ଖାଦ୍ୟର ଗୁଣବତ୍ତା ସମ୍ବନ୍ଧୀୟ ଅଭିଯୋଗକୁ ଗମ୍ଭୀରତାର ସହ ନିଆଯାଇଛି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ, ଆଇଆରସିଟିସି ଉପରେ ୧୦ ଲକ୍ଷ ଟଙ୍କା ଏବଂ କ୍ୟାଟରର ଉପରେ ୫୦ ଲକ୍ଷ ଟଙ୍କା ଜରିମାନା ଲଗାଯାଇଛି। ସେମାନଙ୍କର ଚୁକ୍ତିନାମା ମଧ୍ୟ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀ ସୁରକ୍ଷା ଏବଂ ଗୁଣବତ୍ତା ଆମର ପ୍ରାଥମିକତା।”
