ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ : ବଦଳିଲେ ୧୯ ଜିଲାପାଳ

ରାଜ୍ୟ ସରକାର ବୁଧବାର ରାତିରେ ଆଇଏଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି। ୫୫ ଦିନ ପରେ ଏ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଜାରି ହୋଇଛି । ମୋଟ୍ ୨୫ଜଣ ଅଧିକାରୀଙ୍କର ବଦଳି ହୋଇଛି । ଏଥିରେ ୨୨ଜଣ ଆଇଏଏସ୍, ୩ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ଅଛନ୍ତି । ଏହି କ୍ରମରେ ସରକାର ୧୯ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତି ଦେଇଛନ୍ତି ।ରାଜସ୍ଵ ପରିଷଦ ସଚିବ ଡ. ବିଜୟକେତନ ଉପାଧ୍ୟାୟଙ୍କୁ ଓଡ଼ିଶା ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ଏହି ଦାୟିତ୍ୱରେ ଥିବା ଦିଲ୍ଲୀପ ରାଉତରାୟଙ୍କୁ ଭଦ୍ରକ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେଙ୍କୁ ରାଜସ୍ୱ ବୋର୍ଡର ସଚିବ ଭାବେ ନୂଆ ନିଯୁକ୍ତି ପାଇଛନ୍ତି। ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ରଙ୍କୁ ଓସ୍ଡମାର ନିର୍ବାହୀ ନିର୍ଦ୍ଦେଶକ, ଯାଜପୁର ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣଙ୍କୁ ମୂର୍ତ୍ତିକା ସଂରକ୍ଷଣ ଏବଂ ଜଳଛାୟା ଡିଭିଜନ ନିର୍ଦ୍ଦେଶକ, ସିଏମସି କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲ୍ଲାପାଳ ଦାୟିତ୍ୱ ମିଳିଛି ।କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲାପାଳ, ଗଜପତି ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଜିଲାପାଳ ଏବଂ ନୟାଗଡ଼ ଜିଲାପାଳ ସ୍ବାଧାଦେବ ସିଂଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ଅଧିକ ପଢନ୍ତୁ

Odisha Darpan Digital