ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲା । ପୁଣି ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୁଲିସ । ହତ୍ୟାକାଣ୍ଡ ପୂର୍ବରୁ ଓ ପରେ ଆଶ୍ରୟ ଦେଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି । ଦୁଇ ଅଭିଯୁକ୍ତ ଶୂନ୍ୟ ଦାସ ଓ ସୁନୀଲ ହୋତାଙ୍କୁ ୨ ଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରୁଛି । ପୂର୍ବରୁ କୁରୁପତି ଭୂୟାଁ, ଚିଷ୍ଣୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ଦ୍ଵିତୀୟ ଥର ପାଇଁ ୨ଦିନିଆ ରିମାଣ୍ଡରେ ନେଇ ମୁହାଁମୁହିଁ ଜେରା କରିଥିଲା ।ସେହିପରି ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ରିମାଣ୍ଡ ଅବଧି ଶେଷ ପରେ ଅର୍ଥାତ ୨୯ ତାରିଖ ସନ୍ଧ୍ୟା ସୁଦ୍ଧା ଉଭୟ ଅଭିଯୁକ୍ତ କୋର୍ଟରେ ହାଜର କରିବାକୁ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

ଅଧିକ ପଢନ୍ତୁ