ଆଇନଜୀବୀ ଲାଇସେନ୍ସ ହାସଲ କରିଥିବା ବ୍ୟକ୍ତି ଏଣିକି ଅନ୍ୟ ବ୍ୟବସାୟ କରିପାରିବେନି।ଆଇନଜୀବୀ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି ଅନ୍ୟ ପେଶାରେ କାର୍ଯ୍ୟ କରୁଥିବା ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଛି ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ।
ଆଡଭୋକେଟ୍ ଆକ୍ଟ, ୧୯୬୧ ଅନୁଯାୟୀ; ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଏହି ପେଶାରେ ପୂର୍ଣ୍ଣାଙ୍ଗ ରୂପେ କାର୍ଯ୍ୟ କରିବେ। ଅନ୍ୟ ପେଶାରେ କାର୍ଯ୍ୟ କରିବା ପେଶାଗତ ନୈତିକତାର ବିରୁଦ୍ଧାଚରଣ କରିବା।ଏହି ଆଇନଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏପ୍ରିଲ ୧୨ରେ ନିଷ୍ପତ୍ତି ନିଆଇଯାଇଥିଲା। ଯେଉଁ ଆଇନଜୀବୀ ଅନ୍ୟ ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ଲାଇସେନ୍ସ ସରେଣ୍ଡର ବା ସସ୍ପେଣ୍ଡ ହେବ ।ରାଜ୍ୟ ଆଇନଜୀବୀ ପରିଷଦ ଏପରି ଘଟଣା ରୋକିବା ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଆଇନଜୀବୀ ପରିଷଦ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହି ନିୟମକୁ ଯେଉଁ ଆଇନଜୀବୀ ଉଲ୍ଲଘଂନ କରୁଛନ୍ତି, ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯିବ। ଏଥିସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
