ଆଇନ ସହାୟତା କର୍ମୀଙ୍କ ପ୍ରଶିକ୍ଷଣ ଶିବିର

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ନୟାଗଡ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧକ୍ଷ୍  ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦେଶକ୍ରମେ, ଆଇନ ସହାୟତା କର୍ମୀ ଙ୍କ ନିମନ୍ତେ  ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଅଛି। ରେଜିଷ୍ଟ୍ରାର, ସିଭିଲ କୋର୍ଟ ତଥା ପ୍ରଧାନ ବିଚାରପତି କିଶୋର ନ୍ୟାୟ ପରିଷଦ ଡଃ ନିଶାକର ସାହୁ ବାଳ ଅପରାଧର ତର୍ଜମା, ବିଚାର ପ୍ରକ୍ରିୟା , ନୀତି ନିୟମ ଓ ସୁଧାର ପ୍ରକ୍ରିୟା ଉପରେ ବକ୍ତବ୍ୟ ରଖିଥିଲେ । ବିଶେଷ କରି ବାଳ ଅପରାଧୀକୁ ସୁଧାରି , ଉତ୍ତମ ନାଗରିକରେ ପରିଣତ କରି ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ । ବରିଷ୍ଠ ବର୍ଗ ଦେୱାନି ବିଚାରପତି  ସତ୍ୟବ୍ରତ ରଣା, ଶିଶୁ ଶ୍ରମିକ ସମଜ୍ଞା , ପ୍ରକାର ଭେଦ , ଶୋଷଣ କରୁଥିବା ପକ୍ଷର ଦଣ୍ଡ ବ୍ୟବସ୍ଥା ଏବଂ ସର୍ବୋପରି ସରକାରୀ ସହାୟତା , ସାମ୍ବିଧାନିକ ମର୍ଯ୍ୟାଦା , ସାମାଜିକ ସୁରକ୍ଷା ଏବଂ ଶିକ୍ଷା ବ୍ୟବସ୍ଥା ର ବର୍ଣ୍ଣନା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ, ଥାନାରେ ମହିଳା ଓ ଶିଶୁ ସୁରକ୍ଷା, ସୁବିଧା ସୁଯୋଗ , କନ୍ୟା ସୁରକ୍ଷା ଜନିତ “ଅଲିଭ।” ବ୍ୟବସ୍ଥା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚଳିତ ବର୍ଷ ଏପ୍ରିଲ ପହିଲାରୁ ନିଖୋଜ ଶିଶୁଙ୍କ ପରିପ୍ରେକ୍ଷୀରେ, ଏତଲା ଦ।ୟରଠାରୁ ଆରମ୍ଭ କରି ବିଭିନ୍ନ ଆଇନଗତ ପରାମର୍ଶ ଏବଂ ସହାୟତା ଦେବା ପାଇଁ , ନୟାଗଡ ଟାଉନ ଥାନା ରେ ପ୍ରାଧିକରଣ ଦ୍ଵାରା ଆଇନ ସହାୟତା କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି  ବୋଲି, ସଚିବ ସୁଚାଇଥିଲେ। ଆଇନ ସହାୟତା କର୍ମୀ  ଲୀପଶା ପଟ୍ଟନାୟକ, ମାନସ ରଞ୍ଜନ ବଳବନ୍ତରାୟ ଓ  ପ୍ରଫୁଲ୍ଲ କୁମାର ବେହେରା,  ପ୍ରଶ୍ନ ଉତ୍ତୋର ମାଧ୍ୟମରେ ସନ୍ଦେହ ଦୂର କରିଥିଲେ । ଆଡଭୋକେଟ  ରମେଶ ଚନ୍ଦ୍ର ମହାରଣାଙ୍କ ତତ୍ବ ବଧ।ନରେ , ପ୍ରାଧିକରଣ କର୍ମଚାରୀ ବିବେକାନନ୍ଦ ବେଉରିଆ ,  ଗଦାଧର ବିଶ୍ଵାଳ, ପବନ କୁମାର ବେହେରା,  ରାଜେଶ କୁମାର ବାରିକ,  ଗଗନ କୁମାର ନାୟକ ଓ  ପ୍ରମୋଦ କୁମାର ମହାନ୍ତି ଶିବିର ପରିଚାଳନା କରିଥିଲେ  । ସଦସ୍ୟ  ମହମ୍ମଦ ଓମାର ମାଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧିକ ପଢନ୍ତୁ

kc ads