
ନୟାଗଡ଼,(ଓଡ଼ିଶା ଦର୍ପଣ):ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଅଞ୍ଜଳୀ ମଛଖଣ୍ଡ ନୟାଗଡ଼ ତ୍ରିନାଥଛକ ଠାରେ ଅବସ୍ଥାପିତ ଆଶ୍ରୟ ସ୍ଥଳୀକୁ ଅଚାନକ ପରିଦର୍ଶନରେ ଯାଇ ଅନ୍ତେବାସୀ ଏବଂ ମ୍ୟାନେଜର ବର୍ଷାରାଣୀ ନେପକଙ୍କୁ ଭେଟି ଆଶ୍ରୟସ୍ଥଳୀର ଭଲମନ୍ଦ ବିଷୟରେ ପଚାରି ବୁଝିଥିଲେ । ସଚିବ ଆଶ୍ରୟସ୍ଥଳୀର ମ୍ୟାନେଜରଙ୍କୁ ପରିବେଶ ସ୍ୱଚ୍ଛତା ରଖିବାକୁ ତାଗିଦ୍ କରିଥିଲେ । ସେହିଭଳି ଲେଖନପୁର ସ୍ଥିତ ସମର୍ପଣ ବୃଦ୍ଧାଶ୍ରମକୁ ଅଚାନକ ଗସ୍ତକରି ଅନ୍ତେବାସୀଙ୍କୁ
ଭେଟି ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ ଏବଂ ବୃଦ୍ଧାଶ୍ରମର କର୍ମଚାରୀମାନଙ୍କୁ
ପରିବେଶକୁ ସ୍ଵଚ୍ଛ ରଖିବାପାଇଁ ପରାମର୍ଶ ଦେଇଥିଲେ । ସଚିବଙ୍କ ଏହି ଗସ୍ତ ସମୟରେ ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା ସାମିଲ ଥିଲେ । ସଚିବଙ୍କର ଏପରି ଅଚାନକ ଗସ୍ତକୁ ଜିଲାର ସମସ୍ତ ମହଲରେ ପ୍ରଶଂସା
କରାଯାଇଛି ।