ମାର୍ଚ୍ଚ ୨୮ରୁ ଆରମ୍ଭ ହେବ ଆଇପିଏଲ ସିଜିନ ୧୯। ଏହା ପୂର୍ବରୁ କଠୋର ନିୟମ ଆଣିଛି ବିସିସିଆଇ । ସାତଟି ନୂତନ ନିୟମ ଜାରି କରିଛି । ପରିବର୍ଦ୍ଧିତ ନିର୍ଦ୍ଦେଶାବଳୀ ହେଲା
୧-ନେଟ୍ସ ଲାଗି ୨ଟି ସ୍ଥାନ ମିଳିବ। ଗୋଟିଏ ସାଇଡ୍ ୱିକେଟ୍ ମେନ୍ ସ୍କୋୟାରରେ ରହିବ। କିନ୍ତୁ ମୁମ୍ବାଇ ପଡ଼ିଆରେ ଦୁଇ ଦଳ ଏକା ସମୟରେ ଅଭ୍ୟାସ କରିବାକୁ ଚାହିଲେ। ଉଭୟ ଦଳକୁ ୨ଟି ଲେଖାଏଁ ୱିକେଟ୍ ଦିଆଯିବ।
୨-କୌଣସି ଖୋଲା ନେଟ୍ସ ଲାଗି ଅନୁମତି ନାହିଁ।
୩-ଯଦି ଗୋଟିଏ ଦଳର ଅଭ୍ୟାସ ଶୀଘ୍ର ସରିଯାଏ। ତେବେ ଅନ୍ୟଦଳକୁ ସେହି ୱିକେଟ୍ରେ ଅଭ୍ୟାସ ଲାଗି ଅନୁମତି ଦିଆଯିବନି।
୪-ମ୍ୟାଚ୍ ଦିନ କୌଣସି ଅଭ୍ୟାସ ଲାଗି ଅନୁମତି ନାହିଁ।
୫-ମ୍ୟାଚ୍ ଦିନ କୌଣସି ପ୍ରକାର ଫିଟ୍ନେସ୍ ପରୀକ୍ଷା ପଡ଼ିଆ ଭିତରେ କରାଯାଇ ପାରିବନି।
୬-ଅଭ୍ୟାସ ଦିନ କେବଳ ମାନ୍ୟତାପ୍ରାପ୍ତ କର୍ମଚାରୀଙ୍କୁ ଡ୍ରେସିଂରୁମ୍ ଓ ପଡ଼ିଆ ଭିତରୁ ଛଡ଼ାଯିବ। ଖେଳାଳିଙ୍କ ପରିବାର ଓ ସାଙ୍ଗସାଥୀ ଅଲଗା ଗାଡ଼ିରେ ଆସିପାରିବେ। ହସ୍ପିଟାଲିଟି ଏରିଆରେ ଦଳର ଅଭ୍ୟାସ ଦେଖିପାରିବେ।
୭- ଖେଳାଳିମାନେ କେବଳ ଦଳୀୟ ବସ୍ରେ ଅଭ୍ୟାସକୁ ଆସିବେ ଓ ଫେରିବେ।
ତେବେ ଜର୍ସି ନମ୍ବର- ପୋଷାକ ଏବଂ ଉପକରଣ ନିର୍ଦ୍ଦେଶାବଳୀରେ ଉଲ୍ଲେଖ୍ୟ କରାଯାଇଥିବା ଅନୁଯାୟୀ ଜର୍ସି ନମ୍ବରରେ ଯେକୌଣସି ପରିବର୍ତ୍ତନ ୨୪ ଘଣ୍ଟା ପୂର୍ବରୁ କରାଯିବ ଆବଶ୍ୟକ ।
.ମ୍ୟାଚ ଦିନରେ ଗତ ସିଜିନ ପରି କେବଳ ୧୨ ଜଣ ସ୍ୱୀକୃତିପ୍ରାପ୍ତ ସପୋର୍ଟ ଷ୍ଟାଫଙ୍କୁ ଅନୁମତି ମିଳିବ ଯେଉଁଥିରେ ଟିମ୍ ଡାକ୍ତର ମଧ୍ୟ ସାମିଲ ଅଛନ୍ତି ।
