ଆଇପିଏସ୍ ଅଫିସର୍ ସ୍ତରରେ ଆଜି ଏକ ବଡ଼ ଧରଣର ଅଦଳ ବଦଳ କରାଯାଇଛି। ୧୮ ଜଣ ବରିଷ୍ଠ ଆଇପିଏସ୍ଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।ପିନାକ ମିଶ୍ର ହେଲେ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ୍ ଡିଆଇଜି । ପୁରୀ ଏସପି ହେଲେ ପ୍ରତୀକ ସିଂ ।ସେହିପରି ସନ୍ତୋଷ ବାର୍ଲାଙ୍କୁ SFSL ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଥିବା ବେଳେ ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ଦାୟିତ୍ବ ମିଳିଛି । ଗଜଭିଏ ସତୀଶ କୁମାର ହେଲେ ସ୍ପେଶାଲ ଆର୍ମଡ୍ ପୋଲିସ IG ।
୧-ସଞ୍ଜୟ କୁମାର କୌଶଲ – ଇଓଡବ୍ଲୁ ଆଇଜି
୨- ଅବିନାଶ କୁମାର – ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ
୩-ସତ୍ୟଜିତ୍ ନାୟକ – ପୋଲିସ ସେଣ୍ଟ୍ରାଲ ରେଞ୍ଜ୍ ଡିଆଇଜି
୪- ସ୍ମିଥ୍ ପରମାର – କ୍ରାଇମ୍ବ୍ରାଞ୍ଚ ଏସ୍ପି
୫- ବିବବେକାନନ୍ଦ ଶର୍ମା – ଖୋର୍ଦ୍ଧା ଏସ୍ପି
୬- ପ୍ରତ୍ୟୁଷ ଦିବାକର – ବାଲେଶ୍ୱର ଏସ୍ପି
୭- ବୀନିତ ଅଗ୍ରୱାଲ୍ – କଟକ ଗ୍ରାମାଞ୍ଚଳ ଏସ୍ପି
୮- ରାଜ ପ୍ରସାଦ – ସ୍ପେଶାଲ ବ୍ରାଞ୍ଚ୍ ଏସ୍ପି
୯- ଜି ରେଡ୍ଡି ରାଘବେନ୍ଦ୍ର – ଝାରସୁଗୁଡ଼ା ଏସ୍ପି
୧୦-ଅଙ୍କିତ କୁମାର ବର୍ମା – ଜଗତସିଂହପୁର ଏସ୍ପି
୧୧- ଅମିତ୍ ପାଲ ସିଂ – ନୂଆପଡ଼ା ଏସ୍ପି
୧୨- ଅମ୍ରିତ୍ପାଲ କୌର – ସୁନ୍ଦରଗଡ଼ ଏସ୍ପି
୧୩- ଭବାନୀ ଶଙ୍କର ଉଦ୍ଗାତା – ରେଲୱେ, କଟକ ଏସ୍ପି