ଆଇସ୍‌କ୍ରିମ୍‌ରୁ ବାହାରିଲା ମଣିଷର କଟା ଆଙ୍ଗୁଳି

ଖରାଦିନେ ଆଇସକ୍ରିମ ସଭିଁଙ୍କୁ ପସନ୍ଦ। ତେବେ ମୁମ୍ବାଇର ମଲାଡ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା କହିଛନ୍ତି, ସେ ଏକ ଆଇସ୍‌କ୍ରିମ୍‌ ଭିତରୁ ମଣିଷର କଟା ଆଙ୍ଗୁଳି ପାଇଛନ୍ତି। ମହିଳା ଜଣକ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଅନ୍‌ଲାଇନ୍‌ରେ ଆଇସ୍‌କ୍ରିମ୍‌ ଅର୍ଡର କରିଥିଲେ। ଏହାକୁ ଖାଇବା ବେଳେ ଏଥିରୁ ମଣିଷର ଆଙ୍ଗୁଳି ବାହାରିଥିଲା। ମହିଳା କୋନରୁ ଅଧିକରୁ ଅଧିକ ଆଇସକ୍ରିମ ଖାଇ ସାରିଥିଲେ। ମାତ୍ର ଯେଭଳି ଜାଣିଲେ ଆଇସକ୍ରିମରେ କଟା ଆଙ୍ଗୁଠି ଅଛି, ସେ କାବା ହୋଇଗଲେ। ଏହି ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।

ଏପର୍ଯ୍ୟନ୍ତ ଖାଦ୍ୟର ଜିନିଷରେ ଅସରପା, ଝିଟିପିଟି ମିଳିବା ଘଟଣା ସାମ୍ନାକୁ ଆସିଥିଲା ମାତ୍ର, ମଣିଷର କଟା ଆଙ୍ଗୁଠି ଘଟଣା ହଇଚଇ ସୃଷ୍ଟି କରିଛି। ପୋଲିସ କହିଛି, ଅନଲାଇନରେ ଅର୍ଡର ହୋଇଥିବା ଆଇସ୍‌କ୍ରିମ୍‌ କୋଣ ଭିତରୁ ଓରଲେମ ବାସିନ୍ଦା ବ୍ରାଣ୍ଡେନ ସେରାଓ (୨୭) ବୁଧବାର ମଣିଷ ଆଙ୍ଗୁଳିର ଏକ ଖଣ୍ଡ ପାଇଥିଲେ। ଏହା ପରେ ବ୍ରାଣ୍ଡେନ ମଲାଡ ଥାନାରେ ପହଞ୍ଚିଥିଲେ। ମଲାଡ ପୋଲିସ ୟୁମୋ ଆଇସ୍‌କ୍ରିମ୍‌ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରି ଆଇସ୍‌କ୍ରିମ୍‌କୁ ତଦନ୍ତ ପାଇଁ ପଠାଇଛି। ଆଇସ୍‌କ୍ରିମ୍‌ରେ ମିଳିଥିବା ମାନବ ଶରୀରର ଅଂଶକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଯାଇଛି।

ଅଧିକ ପଢନ୍ତୁ