ଆଉ ୩ ଦିନ ବଢିଲା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ

ଉଦଯାପିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଉଦଯାପନୀ ଦିବସରେ ଉଦବୋଧନ ରଖିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ଯମନ୍ତ୍ରୀ କହିଛନ୍ତି, ଏହି ସମ୍ମିଳନୀ ଏକ ଇତିହାସ ।ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଆଜି ଥିଲା ଉଦଯାପନୀ ଦିବସ। ତେବେ ଏହାର ଲୋକପ୍ରିୟତା, ଆଦୃତ ଓ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ୩ ଦିନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଜନତା ମଇଦାନରେ ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଫେବୃଆରୀ ୮ ତାରିଖରେ ଉଦଯାପିତ ହେବ। ପ୍ରତି ୫ ବର୍ଷରେ ଥରେ ଭାଷା ସମ୍ମିଳନୀର ଆୟୋଜନ କରାଯିବ । ଭାଷା ପାଇଁ ଆମେ ସମସ୍ତେ ପୁଣି ଏକାଠି ହେବା । ଏହି ତିନିଦିନ ମଧ୍ଯରେ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ଏଥିରେ ଖୁବ ଭଲଭଲ ପ୍ରସ୍ତାବ ମଧ୍ଯ ଆସିଛି । ବର୍ତ୍ତମାନ ବିଧାନସଭା ଚାଲିଛି । ଭାଷା ସମ୍ପର୍କରେ ନିଷ୍ପତ୍ତି ବିଧାନସଭାରେ ଘୋଷଣା ହେବ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି ।

ତେବେ ଫେବୃଆରୀ ୩ ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଦ୍ଵିତୀୟ ଦିବସ ଅର୍ଥାତ ଗତକାଲି ୯୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଡ଼. ଗାୟତ୍ରୀବାଳା ପଣ୍ଡାଙ୍କୁ ସମ୍ବର୍ଦ୍ଧିତ ତଥା ସମ୍ମାନିତ କରାଯାଇଥିଲା।

ଅଧିକ ପଢନ୍ତୁ