ଆଉ ୩ ମାସରେ ଥରେ ନୁହେଁ, ପ୍ରତି ମାସରେ ହିତାଧିକାରୀଙ୍କୁ ରାସନ ମିଳିବ। ଏନେଇ ଶନିବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ତେବେ ନୂଆ ବର୍ଷରୁ ଏହି ନୂଆ ନିୟମ ଲାଗୁ ହେବ।ପୂର୍ବରୁ ଏକାସାଙ୍ଗରେ ୩ ମାସର ରାସନ ଡିଲରଙ୍କ ପାଖରେ ମହଜୁଦ ରହୁଥିଲା। ଏହାର ଅପବ୍ୟବହାର କରାଯାଉଥିଲା। ଏପରିକି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏଣୁ ସରକାର ପ୍ରତି ମାସରେ ରାସନ ଦେବାକୁ ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି। ତେବେ ଜାନୁଆରୀରୁ ମିଳିବ ନୂଆ ରାସନକାର୍ଡ। ଗଞ୍ଜାମ ଜିଲାରେ ସର୍ବାଧିକ ୨୪,୫୭୯ଜଣ ପ୍ରବାସୀଙ୍କୁ ରାସନକାର୍ଡ଼ ଦିଆଯାଇଥିବାବେଳେ ମୟୂରଭଞ୍ଜ ଜିଲାରେ ସର୍ବନିମ୍ନ ୧୦୩୫ଜଣ ପ୍ରବାସୀ ଓଡ଼ିଆଙ୍କୁ ରେସନକାର୍ଡ଼ ଦିଆଯାଇଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୦ଲକ୍ଷ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ ଶେଷ ହୋଇସାରିଲାଣି।