ଆକାଶମାର୍ଗରୁ ଆକାଶମାର୍ଗକୁ ଲକ୍ଷ୍ୟଭେଦ ହୋଇ ପାରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ବଦେଶୀ ରେଡିଓ ଫ୍ରିକ୍ୱେନ୍ସି ସିକର୍‌ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମ୍‌କେ-ଆଇ ଯୁଦ୍ଧ ବିମାନରୁ ପରୀକ୍ଷଣ କରାଯାଇଛି।ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ଧାର୍ଯ୍ୟ ସମୟରେ ଧ୍ୱଂସ କରିଥିବା ଜଣାପଡ଼ିଛି।‘ଅସ୍ତ୍ର’ରେ ଡିଆର୍‌ଡିଓ ଦ୍ୱାରା ବିକଶିତ କରାଯାଇଥିବା ଅତ୍ୟାଧୁନିକ ରେଡିଓ ଫ୍ରିକ୍ବେନ୍‌ସି ସିକର୍ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ପ୍ରଣାଳୀର ସଫଳ ପ୍ରୟୋଗ କରାଯାଇଛି। ଚାନ୍ଦିପୁର ସମନ୍ୱିତ ପରୀକ୍ଷଣ ରେଞ୍ଜର ଟ୍ରାକିଂ ଉପକରଣ ମାଧ୍ୟମରେ କ୍ଷେପଣାସ୍ତ୍ରର ଗତି, ମାରକ କ୍ଷମତା ଓ କାର୍ଯ୍ୟଦକ୍ଷତାକୁ ଅନୁଧ୍ୟାନ କରାଯିବାବେଳେ ଏହା ସଫଳତାର ସହ କାର୍ଯ୍ୟ କରିଥିଲା। ‘ଅସ୍ତ୍ର’ (ବିଭିଆର୍‌ଏଏଏମ୍‌) ୧୦୦ କିଲୋମିଟରରୁ ଅଧିକ ଦୂରରେ ଥିବା ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଏଥିରେ ଅତ୍ୟାଧୁନିକ ମାର୍ଗଦର୍ଶନ ଏବଂ ଦିଗ ନିର୍ଣ୍ଣୟ ପ୍ରଣାଳୀ ସଂଯୁକ୍ତ ହୋଇଛି। ଏହି ଅସ୍ତ୍ର ପ୍ରଣାଳୀକୁ ସଫଳ ଭାବେ ନିର୍ମାଣ କରିବା ଲାଗି ଡିଆରଡିଓର ବିଭିନ୍ନ ପ୍ରୟୋଗଶାଳା ସମେତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ସମେତ ୫୦ରୁ ଅଧିକ ସରକାରୀ ଓ ଘରୋଇ ଶିଳ୍ପସଂସ୍ଥା ଯୋଗଦାନ ଦେଇଛନ୍ତି।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରଏଫ୍‌ ସିକରରୁ ଡିଜାଇନ ଏବଂ ବିକାଶରେ ଜଡ଼ିତ ଡିଆର୍‌ଡିଓ, ଆଇଏଏଫ୍‌ ଓ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଶଂସା କରିଛନ୍ତି।

ଅଧିକ ପଢନ୍ତୁ

kc ads