ଆକ୍ସନ ମୋଡ଼ରେ ନିର୍ବାଚନ କମିଶନ, ପଶ୍ଚିମବଙ୍ଗ ଡିଜିପିଙ୍କ ସମେତ ୪ ଆଇପିଏସ ଅଫିସରଙ୍କୁ ବଦଳି

ପଶ୍ଚିମବଙ୍ଗରେ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଏବେ ପୁରା ଆକ୍ଟିଭରେ ନିର୍ବାଚନ କମିଶନ। ଘୋଷଣା ମାତ୍ର ଦିନକ ଭିତରେ ପୋଲିସ ବିଭାଗରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଏବଂ ଗୃହ ସଚିବଙ୍କୁ ବଦଳି କରିବା ପରେ ନିର୍ବାଚନ କମିଶନ ଏବେ ଚାରି ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ମଧ୍ୟ ଟ୍ରାନ୍ସଫର କରିଛନ୍ତି। ଟ୍ରାନ୍ସଫର ନେଇ କମିଶନ ସେମାନଙ୍କର ନିର୍ଦ୍ଦିଷ୍ଟ ପୋଷ୍ଟିଂ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି।ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ୧୯୯୨ ବ୍ୟାଚର ଆଇପିଏସ ସିଦ୍ଧନାଥ ଗୁପ୍ତାଙ୍କୁ ପୋଲିସ ମହାନିର୍ଦ୍ଦେଶକ ଏବଂ ଇନ୍ସପେକ୍ଟର ଜେନେରାଲ ଇନଚାର୍ଜ ଭାବରେ ନିଯୁକ୍ତି ଦିଆଯିବ । ୧୯୯୧ ବ୍ୟାଚର ଆଇପିଏସ ନଟରାଜନ ରମେଶ ବାବୁଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଅଧୀନରେ ସଂଶୋଧନ ସେବା ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯିବ । ୧୯୯୫ ବ୍ୟାଚର ଆଇପିଏସ ଅଜୟ ମୁକୁନ୍ଦ ରାନାଡେଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ଅତିରିକ୍ତ ନିର୍ଦ୍ଦେଶକ ଏବଂ ପୋଲିସ ମହାନିର୍ଦ୍ଦେଶକ (ଆଇନ ଏବଂ ଶୃଙ୍ଖଳା) ଭାବରେ ନିଯୁକ୍ତି ଦିଆଯିବ । ଅନ୍ୟପଟେ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ୧୪୪ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଭାରତୀୟ ଜନତା ପାର୍ଟି ଶୁଭେନ୍ଦୁ ଅଧିକାରୀ ଏବଂ ଦିଲୀପ ଘୋଷଙ୍କୁ ଟିକେଟ୍‌ ଦେଇଛି। ଭାଜପା ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦିଗ୍ରାମ ଏବଂ ଭବାନୀପୁରରୁ ପ୍ରାର୍ଥୀ କରିଛି, ଏହି ଦୁଇଟି ନିର୍ବାଚନମଣ୍ଡଳୀ ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ନିର୍ବାଚନରେ ଜିତିଥିଲେ।

ଅଧିକ ପଢନ୍ତୁ