ଆଖି ବୁଜିଲେ ହରିଶ ରାଣା ,୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି

ସୁପ୍ରିମକୋର୍ଟରୁ ଇଚ୍ଛାମୃତ୍ୟୁ ଅନୁମତି ପାଇଥିବା ହରିଶ ରାଣାଙ୍କ ନିଧନ ହୋଇଛି । ୧୩ ବର୍ଷରୁ ଅଧିକ ସମୟ ଧରି କୋମାରେ ଥିବା ହରିଶ ରାଣାଙ୍କୁ ଦିଲ୍ଲୀ ଏମ୍ସ ସମ୍ମାନଜନକ ଇଚ୍ଛାମୃତ୍ୟୁ ଦେଇଛନ୍ତି । ହରିଶ ୧୪ ମାର୍ଚ୍ଚରୁ ଏମ୍ସର ଆଇଆରସିଏ ପାଲିଏଟିଭ୍ କେୟାର ୱାର୍ଡରେ ଭର୍ତ୍ତି ହୋଇଥିଲେ। ଏହା ଦେଶରେ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ପ୍ରଥମ ଘଟଣା।

ମାତା ପିତାଙ୍କ ପକ୍ଷରୁ ଅନୁରୋଧ କରାଯିବା ପରେ ୧୧ ମାର୍ଚ୍ଚରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ଅନୁଧ୍ୟାନରେ ହରିଶ ରାଣାଙ୍କ ପାଇଁ ନିଷ୍କ୍ରିୟ ଇଚ୍ଛାମୃତ୍ୟୁର ଅନୁମତି ଦେଇଥିଲେ। ଏହାପରେ ଏମ୍ସ ଡାକ୍ତରମାନଙ୍କର ଏକ କମିଟି ଗଠନ କରିଥିଲା। ଏଠାରେ ଧିରେ ଧିରେ ହରିଶଙ୍କର ଭୋଜନ ଓ ପାଣି ବନ୍ଦ କରିଦିଆ ଗଲା।ଯେଉଁ ଟିମ୍ ପୁରା ପ୍ରକ୍ରିୟା ଉପରେ ନଜର ରଖିଥିଲେ । ମୃତ୍ୟୁ ବେଳେ ରୋଗୀ ଯେଭଳି କୌଣସି ଯନ୍ତ୍ରଣା ଅନୁଭବ ନକରେ ତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଉଲ୍ଲେଖନୀୟ ଯେ, ହରିଶ ରାଣା ଚଣ୍ଡିଗଡ଼ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟରେ ବିଟେକର ଛାତ୍ର ଥିଲେ। ସେ ୨୦୧୩ରେ ୪ର୍ଥ ମହଲାର ବାଲକୋନିରୁ ଖସି ପଡ଼ି ଥିଲେ ଏହଂ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଏହାପରେ ସେ କୋମାକୁ ଚାଲି ଯାଇଥିଲେ। ପରିବାର ଓ ଡାକ୍ତରଙ୍କ ପକ୍ଷରୁ ଯଥାସମ୍ଭବ ଚେଷ୍ଟା କରାଯାଇ ଥିଲା। ତାଙ୍କୁ ଖାଦ୍ୟନଳୀ ସାହାଯ୍ୟରେ ଭୋଜନ ଦିଆଯାଉ ଥିଲା। କେବେ କେବେ ଅକ୍ସିଜେନ ସହାୟତା ଦିଆଯାଉ ଥିଲା।ହରିଶଙ୍କ ଚିକିତ୍ସା ପାଇଁ ମାସିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଦୀର୍ଘ ୧୩ ବର୍ଷ ଧରି ଏହି ଖର୍ଚ୍ଚ ବହନ କରିବା ପରେ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେ ସୁସ୍ଥ ହେବାର କୌଣସି ସମ୍ଭାବନା ନ ଥିବାରୁ ଏବଂ କେବଳ ମେସିନ ସାହାଯ୍ୟରେ ଜୀବିତ ଥିବାରୁ, ତାଙ୍କ ପିତାମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ମେଡିକାଲ ଗାଇଡଲାଇନ ଅନୁଯାୟୀ ଏମ୍ସର ପାଲିଏଟିଭ କେୟାର ବିଭାଗରେ ତାଙ୍କୁ ରଖାଯାଇଥିଲା। ପାସିଭ ଇଉଥାନେସିଆ ପ୍ରକ୍ରିୟା ଅନୁଯାୟୀ ପ୍ରଥମେ ଧୀରେ ଧୀରେ ତାଙ୍କର ପୋଷଣ (Nutrition) ବନ୍ଦ କରାଯାଇଥିଲା। ଡାକ୍ତରୀ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପ୍ରଣାଳୀକୁ ହଟାଇ ଦିଆଯାଇଥିଲା। ଶେଷରେ ହରିଶ ଶରୀର ତ୍ୟାଗ କରିଛନ୍ତି।

ଅଧିକ ପଢନ୍ତୁ