ରେକର୍ଡ ଭାଙ୍ଗିଲା ନଭେମ୍ବର ଶୀତ। ରାଜ୍ୟକୁ ପୁଣି ଫେରିଛି ଶୀତ । ଦୁଇ ତିନି ଦିନ ହେବ ତାପମାତ୍ରାରେ କ୍ରମାଗତ ହ୍ରାସ ଫଳରେ ଥଣ୍ଡାର ପ୍ରଭାବ ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ଦିନରେ ପ୍ରଚଣ୍ଡ ଖରା ସହ ସନ୍ଧ୍ୟା ସମୟ ସକାଳ ୮ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ଅନୁଭୂତି ହେଉଛି। ଶୀତର ମଜା ନେବାକୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ଭିଡ଼ ଜମାଉଛନ୍ତି। ଏହାସହିତ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ତଳକୁ ଖସିବ । ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁର ପ୍ରବାହ ଅଧିକ ରହୁଛି ।ଝାରସୁଗୁଡ଼ାରେ ଥଣ୍ଡା ୭୧ ବର୍ଷର ରେକର୍ଡ ଭାଙ୍ଗିଛି । ଏଠାରେ ୮.୧ ଡିଗ୍ରୀ ରେକର୍ଡ ହୋଇଥିଲା । ଏହା ନଭେମ୍ବରରେ ରେକର୍ଡ ହୋଇଥିବା ସବୁଠାରୁ କମ୍ ତାପମାତ୍ରା ।
