ଆଗକୁ ପ୍ରବଳ ଖରାତାତି ଓ ଗରମରେ ଶିଝିବ ସାରା ଓଡ଼ିଶା 

ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମଲହରି ଅବଧି ଅଧିକ ରହିବ । ବିଶେଷକରି ମାର୍ଚ୍ଚରୁ ମେ’ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ (ହିଟ୍‌ ଓ୍ବେଭ୍‌) ଲାଗି ରହିବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ ବ୍ୟବହାର ହେଉଥିବା ମିସାଇଲ ଓ ଅସ୍ତ୍ରର ବ୍ୟବହାର ପାଣିପାଗ ଉପରେ ପ୍ରଭାବ ପକାଇବ । ଏପିରିକି ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ପ୍ରାୟତଃ ଭାରତରେ ଇରାନ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଯାହାକି ଗରମ ପବନ ଥାଏ । ତେଣୁ ମିସାଇଲ ଆକ୍ରମଣ ବୃଦ୍ଧି ଲାଗି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରେ। ସେହିପରି, ସୋମବାର ଦିନ ଉପକୂଳ ଓଡ଼ିଶାକୁ ଛାଡ଼ି ଆଉ ସବୁଠି ତାପମାତ୍ରା କମ୍ ରହିବ । ୩ ତାରିଖରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୨୨ରୁ ୨୫ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଅଧିକ ପଢନ୍ତୁ