ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବ

ଭକ୍ତଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଖୋଲିବ ଶ୍ରୀଗୁଣ୍ଡିଚା ମନ୍ଦିର, ହେବ ଟିକେଟ ବ୍ୟବସ୍ଥା । ଶ୍ରୀମନ୍ଦିର ପ୍ରକଳ୍ପ ସାଂସ୍କୃତିକ ଏବଂ ବୈଷୟିକ ସବ୍ କମିଟି ବୈଠକରେ ନିଷ୍ପତ୍ତି । ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସରିବ ଶ୍ରୀଜଗନ୍ନାଥ ବଲ୍ଲଭ ପିଲଗ୍ରୀମ୍ ସେଣ୍ଟର କାମ । ୨୦୨୬ ରଥଯାତ୍ରା ପୂର୍ବରୁ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବ । ରଥଯାତ୍ରା ପରେ ପ୍ରକଳ୍ପର ଅନ୍ୟ ସବୁ କାର୍ଯ୍ୟ କରାଯିବ । ଶ୍ରୀଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗ ଉନ୍ନତୀକରଣ ହୋଇଥିବାବେଳେ ଏହାର ଚତୁଃପାର୍ଶ୍ଵର ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ ନେଇ ଟିକେଟ ବ୍ୟବସ୍ଥା କରାଯିବ ।

ଅଧିକ ପଢନ୍ତୁ

Odisha Darpan Digital