ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା ।

ସରିଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା । ଆଜିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା । ୨୧ ଦିନ ଧରି ମହାପ୍ରଭୁଙ୍କୁ ଚନ୍ଦନ ଓ ଆଲଟ ଲାଗି କରାଯିବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ଭିତର ଚନ୍ଦନ ଯାତ୍ରା ନୀତି କରାଯିବ । ଶୁକ୍ରବାର ଜ୍ୟେଷ୍ଠ କୃଷ୍ଣ ଏକାଦଶୀରେ ଅନୁଷ୍ଠିତ ହେବ ପ୍ରଥମ କ୍ରୀଡ଼ା ଉତ୍ସବ ।

ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରେ ଜଳକ୍ରୀଡ଼ା କରିବେ ।ସୁଗନ୍ଧିତ ଦ୍ରବ୍ୟଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପପୋପଚାରରେ ଶୀତଳ ଭୋଗ ପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି କରିବେ । ତେବେ ପ୍ରଥମ ୨୧ ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଓ ପଞ୍ଚପାଣ୍ଡଵ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଅଧିକ ପଢନ୍ତୁ

kc ads