ଗ୍ରୀଷ୍ମ ପ୍ରବାହଜନିତ ସାମ୍ପ୍ରଦିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି। ଏପ୍ରିଲ ୨ରୁ ସକାଳୁଆ ସ୍କୁଲ ହେବ ବୋଲି ବୁଧବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ହେଲେ ଶୁକ୍ରବାରଠାରୁ ସକାଳୁଆ ସ୍କୁଲ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ଜାରି କରାଯାଇଛି। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତାରିଖ ଓ ସମୟରେ ପରିବର୍ତ୍ତନ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍ଗୁଡିକରେ ପିଇବା ପାଣି ବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ଓଆରଏସ୍ ପ୍ୟାକେଟ୍ ମହଜୁଦ୍ ରଖିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । ଅଭିଭାବକମାନେ ପିଲାଙ୍କୁ ସାଙ୍ଗରେ ପାଣି ବୋତଲ ଦେଇ ପଠାନ୍ତୁ। ଶିକ୍ଷୟତ୍ରୀଶିକ୍ଷକଙ୍କ ସମେତ ଅଭିଭାବକମାନେ ପିଲାଙ୍କ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବାକୁ କୁହାଯାଇଛି। ତେବେ ସ୍ଥାନୀୟ ପାଣିପାଗ ସ୍ଥିତି ଉପରେ ନଜର ରଖି ଜିଲାପାଳମାନେ ବିଦ୍ୟାଳୟଗୁଡିକର ସମୟ ପରିବର୍ତ୍ତନ କରିପାରିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
