ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଓଡ଼ିଶାର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଟପିଛି । ଫଳରେ ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଆଉ ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଆଜି ଠାରୁ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିଛି ଉଚ୍ଚଶିକ୍ଷା ବିଭାଗ ।ବିଭାଗର ଉପନିର୍ଦ୍ଦେଶକ ରଜତ କୁମାର ମାନସିଂହ ଏନେଇ ସମସ୍ତ ରେଜିଷ୍ଟ୍ରାର, ପିଜି କାଉନସିଲ୍ ଚେୟାରମ୍ୟାନ, ପ୍ରିନ୍ସିପାଲଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଉକ୍ତ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଛାତ୍ରୀଛାତ୍ରଙ୍କ ଲାଗି ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ହେଲେ ଶିକ୍ଷକ ଓ ଅଣଶିକ୍ଷକମାନେ ନିୟମିତ ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଆସିବେ। ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀ ସାଧାରଣ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ନିୟମିତ ଭାବରେ କାର୍ଯ୍ୟାଳୟରେ ଯୋଗଦେବେ।ସୂଚନାଯୋଗ୍ୟ, ଗତକାଲି ମଙ୍ଗଳବାର ଅଙ୍ଗନଓ୍ବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିଥିବାବେଳେ, ଆଜି ଠାରୁ କଲେଜକୁ ଛୁଟି ଘୋଷଣା କରାଗଲା ।
