ଆଜିଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ

ଗୁରୁବାରଠୁ ବିଧାନସଭାର ଶୀତକାଳୀନ ଅଧିବେଶନ । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଚଳିତ ଅଧିବେଶନରେ ମୋଟ ୨୯ଟି କାର୍ଯ୍ୟ ଦିବସ ରହିଛି । ତେବେ ବିଧାନସଭାର ଶୀତ ଅଧିବେଶନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ପ୍ରଥମ ଦିନରେ ରାଷ୍ଟ୍ରପତି ବିଧାନସଭାରେ ଅଭିଭାଷଣ ରଖିବେ। ଶୀତ ଅଧିବେଶନର ଦ୍ଵିତୀୟ ଦିନରେ ମାନେ ଶୁକ୍ରବାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଡିସେମ୍ବର ୪ରୁ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡାନ୍ତ ହୋଇଛି । ଆଇନଶୃଙ୍ଖଳା, ନାରୀ ନିର୍ଯ୍ୟତନା, ସାଂପ୍ରଦାୟିକ ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ସ୍କାମ ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି ବିଜେଡି । ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗକୁ ମୁଖ୍ୟ ଅସ୍ତ୍ର କରିବ କଂଗ୍ରେସ ।

ନୂଆପଡା ଉପନିର୍ବାଚନରେ ଭୋଟ ଚୋରି ପ୍ରସଙ୍ଗ, ବେକାରୀ ସମସ୍ୟା, ନିଯୁକ୍ତରେ ଦୁର୍ନୀତି, ଦାଦନ, ଚାଷୀଙ୍କ ସମସ୍ୟା ଆଦି ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ସେପଟେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ତୟାର ରହିଛି ଶାସକ ଦଳ । ୧୬ ମାସର ସରକାରଙ୍କ ସଫଳତା ଓ ଲୋକପ୍ରିୟତା ବିଷୟରେ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରିବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଜବାବ ରଖିବାକୁ ଶାସକ ଦଳ ପ୍ରସ୍ତୁତ ରହିଛି ।

ଅଧିକ ପଢନ୍ତୁ