ଆଜିଠାରୁ +୩ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଏଥିପାଇଁ ବିଧିବଦ୍ଧ ଭାବେ ଗତକାଲିଠୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ମେ’ ୨୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନରେ କୌଣସି ତ୍ରୁଟି ଥିଲେ, ୨୧ ଓ ୨୨ ତାରିଖରେ ସଂଶୋଧନ କରିପରିବେ।ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ପାଠ ପଢ଼ାଯିବ। ନାମଲେଖା ସମ୍ବନ୍ଧରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିୟମାବଳୀ ପ୍ରକାଶ ପାଇଛି। ମେ’ ୨୦ ରାତି ୧୧ଟା ୪୫ରେ ଆବେଦନ ଶେଷ ହେବ। ମେ’ ୨୧ ଏବଂ ୨୨ ଦୁଇଦିନ ଆବେଦନପତ୍ରକୁ ଏଡ଼ିଟ୍ କରିବାର ସୁଯୋଗ ମିଳିବ। +୨ ପରୀକ୍ଷା ଫଳ ପ୍ରକାଶ ପରେ ପରବର୍ତ୍ତୀ ସମୟରେ ମାର୍କସିଟ୍ ଦାଖଲ, ମେଧା ତାଲିକା ସହ ଅନ୍ୟ ତାରିଖ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯିବ।
