ଆମେରିକାକୁ ଅସ୍ଥାୟୀ ଭାବେ ଲଗାଯାଇଥିବା ଡାକ ସେବା ପ୍ରତିବନ୍ଧକକୁ ହଟାଇଲେ ଭାର ସରକାର। ସମସ୍ତ ପ୍ରକାରର ଡାକ ସେବା ଉପରୁ ଅସ୍ଥାୟୀ ପ୍ରତିବନ୍ଧକ ଉଠାଇ ଦିଆଯାଇଛି।ଆଜିଠୁ ଆମେରିକାକୁ ଡାକ ସେବା ପୂର୍ବ ପରି ଆରମ୍ଭ ହେବ। ପୂର୍ବରୁ, ଅଗଷ୍ଟ ୨୫ ତାରିଖରେ ଭାରତୀୟ ଡାକ ବିଭାଗ ଡାକ ସେବା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲା।ତେବେ ଆମେରିକାର କଷ୍ଟମ୍ସ ଏବଂ ସୁରକ୍ଷା ବିଭାଗର ନୂଆ ନିୟମ ଅନୁଯାୟୀ ଭାରତରୁ ପଠାଯାଇଥିବା ପୋଷ୍ଟାଲ୍ ପାର୍ସଲଗୁଡ଼ିକ ଉପରେ ବର୍ତ୍ତମାନ ୫୦% କଷ୍ଟମ୍ସ ଶୁଳ୍କ ଲାଗୁ ହେବ। ଏହି ଶୁଳ୍କ ସମସ୍ତ ପ୍ରକାରର ଡାକ ସେବା ପାଇଁ ପ୍ରଯୁଜ୍ୟ ହେବ। ଅର୍ଥାତ୍ ବର୍ତ୍ତମାନ୍ ଯଦି ଜଣେ ବ୍ୟକ୍ତି ଆମେରିକାକୁ କୌଣସି ମେଲ୍ ପଠାଇବେ ତାହେଲେ ତାଙ୍କୁ ପଠାଯାଇଥିବା ସାମଗ୍ରୀ ଉପରେ ଭାରୀ କଷ୍ଟମ୍ସ ଶୁଳ୍କ ଦେବାକୁ ପଡ଼ିବ।
