ଆଜିଠୁ ଆରମ୍ଭ ହେଉଛି ଚମ୍ପିଆନ୍‌ସ ଟ୍ରଫି

ବୁଧବାରଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି ପାକିସ୍ତାନ ଓ ୟୁଏଇରେ ଆରମ୍ଭ ହେଉଛି। ଏହି ଟୁର୍ଣ୍ଣାମେଣ୍ଟ ଦିନିକିଆ ଫର୍ମାଟରେ ଖେଳାଯିବ। ବୁଧବାର ପ୍ରଥମ ମ୍ୟାଚ୍‌ ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ -ଏରେ ଭାରତ ସହ ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ଅଛନ୍ତି । ଭାରତ ଏହାର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଖେଳିବ। କାଲି ଟିମ୍ ଇଣ୍ଡିଆ ବାଂଲାଦେଶକୁ ଭେଟିବ। ତେବେ ସବୁଠୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍ ୨୩ ତାରିଖରେ ଖେଳାଯିବ। ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।୨୦୧୭ରେ ଶେଷଥର ଚମ୍ପିଆନ୍‌ସ ଟ୍ରଫି ଖେଳା ଯାଇଥିବା ବେଳେ ପାକିସ୍ତାନ ଚମ୍ପିଆନ୍‌ ହୋଇଥିଲା।

ଏହାର ୮ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି। ପ୍ରଥମ ୨ଟି ସଂସ୍କରଣରେ ଏହାର ନାମ ଆଇସିସି ନକ୍‌ଆଉଟ୍‌ ଟ୍ରଫି ଥିବା ବେଳେ ୨୦୦୨ରୁ ଏହା ଚମ୍ପିଆନ୍‌ସ ଟ୍ରଫି ନାମରେ ଖେଳାଯାଉଛି। ଏହାକୁ ମିନି ବିଶ୍ବକପ୍‌ ମଧ୍ୟ କୁହାଯାଏ। ୨୦୨୩ ଦିନିକିଆ ବିଶ୍ବକପ୍‌ର ମାନ୍ୟତା ଅନୁସାରେ ୮ଟି ଦଳ ଚମ୍ପିଆନ୍‌ସ ଟ୍ରଫି ଖେଳିବାକୁ ଯାଉଛନ୍ତି।ଅନ୍ୟ ଟିମ୍ ମାନେ ପାକିସ୍ତାନରେ ମ୍ୟାଚ୍ ଖେଳିବେ। ତେବେ ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ହିଁ ଖେଳିବ। ମାର୍ଚ୍ଚ ୯ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୫ଟି ମ୍ୟାଚ୍‌ ଖେଳାଯିବ। ପାକିସ୍ତାନର କରାଚି, ଲାହୋର ଓ ରାୱଲପିଣ୍ଡିରେ ମ୍ୟାଚ୍‌ ଖେଳାଯିବ। ପାକିସ୍ତାନ ଯିବାକୁ ଭାରତୀୟ ଦଳକୁ ଅନୁମତି ନ ମିଳିବାରୁ ଚମ୍ପିଆନ୍‌ସ ଟ୍ରଫି ହାଇବ୍ରିଡ୍‌ ମଡେଲ୍‌ରେ ଖେଳାଯିବ।ଭାରତ ଯଦି ସେମିଫାଇନାଲ ଓ ଫାଇନାଲରେ ପହଞ୍ଚେଟ୍ଟ ଏହି ମ୍ୟାଚ୍‌ ମଧ୍ୟ ଦୁବାଇରେ ଖେଳାଯିବ। ଚମ୍ପିଆନ୍‌ସ ଟ୍ରଫିର ୮ ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital