ଆଜିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା। ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ପାଗ ଅନୁକୁଳ ଥିବାରୁ ମାଘ ମେଳାକୁ ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବ। ବିଶେଷ କରି ନେପାଳ, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ, ବେଙ୍ଗଲ ସମେତ ନେପାଳରୁ ହଜାର ହଜାର ସଂଖ୍ୟାରେ ମହିମା ସାଧୁ ଆସିବେ ।ଜଗତର ମଙ୍ଗଳ ପାଇଁ ମହିମା ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ଜ୍ୱଳନ କରିବେ । ସନ୍ଧ୍ୟା ୫ଟା ୨୦ ମିନିଟ୍ରେ ଝାଡ଼ରେ ଅଗ୍ନି ସଂଯୋଗ ହେବ ।
ସେଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି। ଯୋରନ୍ଦା ସ୍ଥିତ ଏହି ମହିମା ଗାଦିରେ ଚଳିତ ବର୍ଷ ୧୫୨ ତମ ‘ଯୋରନ୍ଦା ମାଘ ମେଳା’ ପାଳନ ହେବାକୁ ଯାଉଛି । ଆଗାମୀ ମଙ୍ଗଳବାର ଠାରୁ ୨ ଦିନ ଧରି ଚାଲିବ ଏହି ମେଳା ।ଏଥିପାଇଁ ମୁଖ୍ୟ ଗାଦି ମନ୍ଦିର, ଛତିଶ ହାତିଆ ମନ୍ଦିର, ଅଖଣ୍ଡ ବତୀ ମନ୍ଦିର, ଧୂନି ମନ୍ଦିର ଆଦି ନୂଆ ରଙ୍ଗରେ ରଙ୍ଗେଇ ହୋଇଛି । ମନ୍ଦିର ପରିସର ସଫା ସୁତୁରା କରାଯାଇଛି। ମାଘ ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରୁ ଦୁଇ ଦିନ ଧରି ଚାଲିବ ମେଳା। ସନ୍ଧ୍ୟାରେ ଗାଦି ମନ୍ଦିର, ଶୂନ୍ୟ ମନ୍ଦିର, ଜ୍ୟୋତି ମନ୍ଦିର ଓ ଦଲକ ଅଞ୍ଚଳରେ ବିରାଟକାୟ ଝାଡ ଦୀପ ଜଳିବ। ମହିମା ଅଲେଖ ଧ୍ୱନୀରେ ପ୍ରକମ୍ପିତ ହେବ ଯୋରନ୍ଦା ପୀଠ। ବିଶ୍ୱାସ ରହିଛି ଶୂନ୍ୟ ମହାପ୍ରଭୁଙ୍କ ନିକଟରେ ଝାଡ ଦ୍ଵୀପ ଜାଳିଲେ, ମାନସିକ ପୂରଣ ହୁଏ, ପରିବାରରେ ସୁଖ ଶାନ୍ତି ସମୃଦ୍ଧି ଘଟିଥାଏ।