ଆଜିଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ । ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ ଭଙ୍ଗାଯିବା ପରମ୍ପରା ରହିଛି।ରଥଭଙ୍ଗା ଯିବା ପରେ ଚକ୍ର, ପ୍ରଭା, ଦ୍ୱାର ବେଢା, କୋଣଗୁଜ ନିଲାମ ହେବ।ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ କରାଯିବ। କୋଠଭୋଗ ପ୍ରସ୍ତୁତିରେ ଟୁକୁରା କାଠ ବ୍ୟବହାର ହେବ। ନୀଳାଦ୍ରି ବିଜେ ପରେ ଶ୍ରୀହୀନ ହୋଇପଡ଼ିଥିଲା ୩ଟି ରଥ।ସେପଟେ ଦେବୀ ରଥରୁ ବାହାରୁଥିବା ଲୁହା କଣ୍ଟାକୁ ଫଳୁ ନ ଥିବା ଗଛରେ ବାଡେଇଲେ ଫଳ ଭରିଥାଏ ବୋଲି ବିଶ୍ୱାସ ରହୁଥିବାରୁ ଅନେକ ଭକ୍ତ ଏହି କଣ୍ଟା ସଂଗ୍ରହ କରିଥାନ୍ତି । ଶ୍ରୀମନ୍ଦିରର ଭୋଇସେବକମାନେ ଏହି ରଥଭଙ୍ଗା କାର୍ୟ୍ୟରେ ନିୟୋଜିତ ହୋଇଥିବା ବେଳେ ରଥଭଙ୍ଗା ସମୟରେ ରଥନିକଟରେ କଡାସୁରକ୍ଷା ବ୍ୟବସ୍ଥା କରାଯାଇଛି ।
