ମୟୁରଭଞ୍ଜ , ବାଲେଶ୍ବର ପରେ ଏବେ ସୁନ୍ଦରଗଡ ଏବଂ କେନ୍ଦୁଝରରେ ପ୍ରବଳ ବର୍ଷିବ। ସମ୍ଭାବନ୍ୟ ବର୍ଷାକୁ ଦେଖି ଆଜି ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ତେବେ ଅଧିକାଂଶ ଜିଲା ରେ ପାଗ ସାମାନ୍ୟ ଶୁଖିଲା ରହିବ |୧୭ ଓ ୧୮ ତାରିଖରେ ବିଶେଷ ବର୍ଷା ନାହିଁ ଓ ଅଳ୍ପ କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ। ଆସନ୍ତା ୨୩ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ଏହି ପୂର୍ବାନୁମାନ କରିଛନ୍ତି। ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୦୩ମିମି ବର୍ଷା ହୋଇଛି । ବାରିପଦାରେ ୭୯, ଦାରିଙ୍ଗିବାଡ଼ିରେ ୪୧, ଢେଙ୍କାନାଳରେ ୨୭ ଓ କେନ୍ଦୁଝରରେ ୨୬ମିମି ବର୍ଷା ରେକର୍ଡ ହୋଇଛି। ସୋମବାର ସକାଳୁ ନେଇ ସନ୍ଧ୍ୟା ଭିତରେ ଭଦ୍ରକରେ ୪୯ମିମି, ଯାଜପୁରରେ ୨୫, ଦାରିଙ୍ଗିବାଡ଼ିରେ ୧୦ ଓ ବାଲେଶ୍ୱରରେ ୭ମିମି ବର୍ଷା ହୋଇଛି। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାର୍ କରିଛି ।
