ଆଜିଠୁ କାଜୁଆଲଟି ସେବା ବନ୍ଦ ଚେତାବନୀ;ପେଶି ହେଲେ ରୋଗୀ

ଏସ୍‌ସିବି ମେଡିକାଲରେ କାର୍ଯ୍ୟରତ ନର୍ସଙ୍କ ଜାରି ରହିଛି କାର୍ଯ୍ୟ ବନ୍ଦ ଆନ୍ଦୋଳନ । ଗତ ବୁଧବାର ଠାରୁ ଦଶ ଦଫା ଦାବି ନେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଏସ୍‌ସିବିରେ କାର୍ଯ୍ୟରତ ଏକ ହଜାର କୋଡ଼ିଏ ଜଣ ନର୍ସ । ସରକାରଙ୍କ ଏସମା ସତ୍ୱେ ଆନ୍ଦୋଳନ କରିବା ସହ ଦୁଇ ଦିନ ହେବ ଜରୁରୀ ସେବାକୁ ବାଦ ଦେଇ ଓପିଡ଼ି ଏବଂ ୱାର୍ଡ ସେବାକୁ ସଂଘ ପକ୍ଷରୁ ବନ୍ଦ କରାଯାଇଛି। ତେବେ ଆଜିଠାରୁ ଓଟି, ଆଇସିୟୁ ଓ କାଜୁଆଲଟି ସେବା ବନ୍ଦ କରିବାକୁ କୁହାଯାଇଥିବାରୁ ରୋଗୀ ସେବା ଗୁରୁତର ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଯଦି ସରକାର ଦାବି ନ ମନିବେ ତେବେ ଆନ୍ଦୋଳନ ଆହୁରି ବ୍ୟାପକ କରାଯିବ ବୋଲି କହିଛି ଏସ୍‌ସିବି ନର୍ସିଂ ସଂଘ ।

ଅଧିକ ପଢନ୍ତୁ