ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି |ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି । ତେବେ ବାତ୍ୟା ଯୋଗୁ ୫ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖା ଯାଇଥିଲା